ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର,୧୧ା୨(ସୁବାସ ଚନ୍ଦ୍ର ପାଢ଼ୀ)- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ ହେଲେ କେ. ଦୁର୍ଯ୍ୟୋଧନ ରେଡ୍ଡୀ ଓରଫ ଚିନାଲି। ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚିନାଲି ଗୋଇଲୁଣ୍ଡି ଶ୍ରୀନଗର ଛକରେ ଛିଡ଼ା ହୋଇଥିବା ବେଳେ କେହି ଜଣେ ଯୁବକ ତାଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଛନ୍ତି। ଖଣ୍ଡା ଚୋଟରେ ଚିନାଲିଙ୍କ ମୁଣ୍ଡ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି […] The post ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ appeared first on Dharitri Odia News.

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର,୧୧ା୨(ସୁବାସ ଚନ୍ଦ୍ର ପାଢ଼ୀ)- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ ହେଲେ କେ. ଦୁର୍ଯ୍ୟୋଧନ ରେଡ୍ଡୀ ଓରଫ ଚିନାଲି। ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚିନାଲି ଗୋଇଲୁଣ୍ଡି ଶ୍ରୀନଗର ଛକରେ ଛିଡ଼ା ହୋଇଥିବା ବେଳେ କେହି ଜଣେ ଯୁବକ ତାଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଛନ୍ତି। ଖଣ୍ଡା ଚୋଟରେ ଚିନାଲିଙ୍କ ମୁଣ୍ଡ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

The post ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ appeared first on Dharitri Odia News.