ପୁଲିସକୁ ଜୀବନରୁ ମାରିଦେବାକୁ ଦୁର୍ବୃତ୍ତଙ୍କ ଉଦ୍ଯମ

ଖଲ୍ଲିକୋଟ: ଗଞ୍ଜାମ ଖଲ୍ଲିକୋଟ ଥାନା ଅଧୀନରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରକରେ କିଛି ଦୁର୍ବୃତ୍ତ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଟ୍ରକଗୁଡିକରୁ ଡିଜେଲ ଚୋରି କରୁଥିଲେ । ଏହି ଟ୍ରକକୁ ଜବତ କରିବା ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ପିଛା କରିଥିଲେ। ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପିଛା କରୁଥିବା ବେଳେ ଦୁର୍ବୃତ୍ତମାନେ ପୁଲିସ ଗାଡି ଉପରେ ଟ୍ରକ ଚଢାଇ ଦେଇଥିଲେ । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଖଲ୍ଲିକୋଟ […]

ପୁଲିସକୁ ଜୀବନରୁ ମାରିଦେବାକୁ ଦୁର୍ବୃତ୍ତଙ୍କ ଉଦ୍ଯମ
Untitled 1 4

ଖଲ୍ଲିକୋଟ: ଗଞ୍ଜାମ ଖଲ୍ଲିକୋଟ ଥାନା ଅଧୀନରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରକରେ କିଛି ଦୁର୍ବୃତ୍ତ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଟ୍ରକଗୁଡିକରୁ ଡିଜେଲ ଚୋରି କରୁଥିଲେ । ଏହି ଟ୍ରକକୁ ଜବତ କରିବା ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ପିଛା କରିଥିଲେ। ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପିଛା କରୁଥିବା ବେଳେ ଦୁର୍ବୃତ୍ତମାନେ ପୁଲିସ ଗାଡି ଉପରେ ଟ୍ରକ ଚଢାଇ ଦେଇଥିଲେ । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୁଲିସ ଅଧିକାରୀ। ପୁଲିସକୁ ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ପୁଲିସ ଗାଡ଼ିକୁ ଟ୍ରକ ଦ୍ବାରା ଜୋରରେ ଧକ୍କା ଦେଇ ପୁଲିସ ଅଧିକାରୀଙ୍କୁ ମାରିବାକୁ ଉଦ୍ୟମ କରୁଛି। ପୁଲିସ ଅଟକାଇବା ବେଳେ ଖସିଯାଇଛନ୍ତି ଦୁର୍ବୃତ୍ତ।

ଶେଷରେ ଟ୍ରକ ସହ ଏକ ମାରଣାସ୍ତ୍ର ଜବତ କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୁଲିସ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।