୬୭୪ ବିଲିୟନ ଡଲାର ସ୍ତରକୁ ପହଞ୍ଚିଲା ଭାରତର ବୈଦେଶିକ ମୁଦ୍ରାଭଣ୍ଡାର
ନୂଆଦିଲ୍ଲୀ : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୧୬ ଅଗଷ୍ଟରେ ଶେଷ ହୋଇଥିବା ସପ୍ତାହରେ ୪.୫୪ ବିଲିୟନ ଡଲାର ବଢି ୬୭୪.୬୬ ବିଲିୟନ ଡଲାର ସ୍ତରକୁ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହା ପୂର୍ବ ସପ୍ତାହରେ ମୁଦ୍ରାଭଣ୍ଡାର ୪.୮ବିଲିୟନ ଡଲାର ହ୍ରାସ ହୋଇ ୬୭୦.୧୧ ବିଲିୟନ ଡଲାରକୁ ଖସିଥିଲା। ଆରବିଆଇଙ୍କ ଶୁକ୍ରବାର ସୂଚନା ଅନୁସାରେ ୧୬ ଅଗଷ୍ଚରେ ସମାପ୍ତ ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ମନେକରାଯାଉଥିବା ବିଦେଶୀ ମୁଦ୍ରା ଆସେଟ୍ ୩.୬୦ ଡଲାର ବୃଦ୍ଧି ହୋଇ୫୯୧.୫୬ ବିଲିୟନ ଡଲାର ହୋଇଯାଇଛି। ଡଲାର ସମ୍ପର୍କରେ ଉଲ୍ଲେଖିତ ବିଦେଶୀ ମୁଦ୍ରା ଆସେଟରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ରଖାଯାଇଥିବା ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣ ଆମେରିକୀୟ ମୁଦ୍ରା ମାନଙ୍କର ହ୍ରାସ ବୃଦ୍ଧି ପ୍ରଭାବ ମଧ୍ୟ ସାମିଲ। ସମୀକ୍ଷାଧୀନ ସପ୍ତାହରେ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ୮୬.୫ କୋଟି ଡଲାର ବୃଦ୍ଧି ହୋଇ ୬୦.୧୦ ବିଲିୟନ ଡଲାର ହୋଇଯାଇଛି। ବୈଦେଶିକ ମୁଦ୍ରାଭଣ୍ଡାରରେ ଅଭିବୃଦ୍ଧି ସହ ଭାରତର ବିଶେଷ ଆହରଣ ଅଧିକାର (ଏସଡିଆର) ୬ କୋଟି ଡଲାର ବଢି ୧୮.୩୪ ବିଲିୟନ ଡଲାରକୁ ପହଞ୍ଚିଛି। ଆଲୋଚ୍ୟ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମଏଫ) ରେ ଭାରତର ସଂରକ୍ଷିତ ଭଣ୍ଡାର ୧.୨ କୋଟି ଡଲାର ବଢି ୪.୬୫ ବିଲିୟନ ଡଲାର ହୋଇଯାଇଛି।
ନୂଆଦିଲ୍ଲୀ : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୧୬ ଅଗଷ୍ଟରେ ଶେଷ ହୋଇଥିବା ସପ୍ତାହରେ ୪.୫୪ ବିଲିୟନ ଡଲାର ବଢି ୬୭୪.୬୬ ବିଲିୟନ ଡଲାର ସ୍ତରକୁ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହା ପୂର୍ବ ସପ୍ତାହରେ ମୁଦ୍ରାଭଣ୍ଡାର ୪.୮ବିଲିୟନ ଡଲାର ହ୍ରାସ ହୋଇ ୬୭୦.୧୧ ବିଲିୟନ ଡଲାରକୁ ଖସିଥିଲା।
ଆରବିଆଇଙ୍କ ଶୁକ୍ରବାର ସୂଚନା ଅନୁସାରେ ୧୬ ଅଗଷ୍ଚରେ ସମାପ୍ତ ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ମନେକରାଯାଉଥିବା ବିଦେଶୀ ମୁଦ୍ରା ଆସେଟ୍ ୩.୬୦ ଡଲାର ବୃଦ୍ଧି ହୋଇ୫୯୧.୫୬ ବିଲିୟନ ଡଲାର ହୋଇଯାଇଛି। ଡଲାର ସମ୍ପର୍କରେ ଉଲ୍ଲେଖିତ ବିଦେଶୀ ମୁଦ୍ରା ଆସେଟରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ରଖାଯାଇଥିବା ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣ ଆମେରିକୀୟ ମୁଦ୍ରା ମାନଙ୍କର ହ୍ରାସ ବୃଦ୍ଧି ପ୍ରଭାବ ମଧ୍ୟ ସାମିଲ। ସମୀକ୍ଷାଧୀନ ସପ୍ତାହରେ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ୮୬.୫ କୋଟି ଡଲାର ବୃଦ୍ଧି ହୋଇ ୬୦.୧୦ ବିଲିୟନ ଡଲାର ହୋଇଯାଇଛି।
ବୈଦେଶିକ ମୁଦ୍ରାଭଣ୍ଡାରରେ ଅଭିବୃଦ୍ଧି ସହ ଭାରତର ବିଶେଷ ଆହରଣ ଅଧିକାର (ଏସଡିଆର) ୬ କୋଟି ଡଲାର ବଢି ୧୮.୩୪ ବିଲିୟନ ଡଲାରକୁ ପହଞ୍ଚିଛି। ଆଲୋଚ୍ୟ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମଏଫ) ରେ ଭାରତର ସଂରକ୍ଷିତ ଭଣ୍ଡାର ୧.୨ କୋଟି ଡଲାର ବଢି ୪.୬୫ ବିଲିୟନ ଡଲାର ହୋଇଯାଇଛି।