ପୁଷ୍ପା ପ୍ରିମିୟର ଶୋରେ ଦଳଚକଟା ଘଟଣା: ଅଲ୍ଲୁ ଅର୍ଜୁନ ଓ ପ୍ରଯୋଜକ ଦେବେ ୨ କୋଟି ଟଙ୍କାର ସହାୟତା
ହାଇଦ୍ରାବାଦ: ପୁଷ୍ପା ପ୍ରିମିୟର ଶୋରେ ହୋଇଥିବା ଦଳଚକଟା ଘଟଣାରେ ପୀଡ଼ିତ ପରିବାରକୁ ୨ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ପୁଷ୍ପା-୨ ଦି ରୁଲ ସିନେମା ଟିମ୍ ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଏହି ଦଳଚକଟା ଘଟଣା ଘଟିଥିଲା। ପୁଷ୍ପା-୨ ଦ ରୁଲ ପ୍ରିମିୟର ଶୋ ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିଲେ। ତାଙ୍କୁ ଦେଖିବାକୁ ଜମିଥିବା ଭିଡ଼ ଯୋଗୁ ହୋଇଥିବା ଦଳଚକଟାରେ ଜଣେ ୩୬ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶିଶୁ ପୁତ୍ରଙ୍କ ବ୍ରେନ୍ ଡେଡ୍ ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଥିଲେ। ଘଟଣାରେ ପ୍ରଥମେ ୨୫ ଲକ୍ଷ ପରେ ୫୦ ଲକ୍ଷ ଏବେ ଦୁଇ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ଏଥିରେ ଅଲ୍ଲୁ ଅର୍ଜୁନ ୧ କୋଟି ଟଙ୍କା ଦେବାକୁ ଥିବା ସିନେମାର ପ୍ରୟୋଜନା ସଂସ୍ଥା ମିଥ୍ରି ମୁଭି ଓ ନିର୍ଦ୍ଦେଶକ ସୁକୁମାର ୫୦ ଲକ୍ଷ ଲେଖାଏ ଟଙ୍କା ଦେବେ। ଏହି କ୍ଷତିପୂରଣ ଚଳଚ୍ଚିତ୍ର ନିର୍ମାତା ତଥା ତେଲେଙ୍ଗାନା ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କ ଦ୍ୱାରା ପରିବାରକୁ ଦିଆଯିବ। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। କିମ୍ସ ହସ୍ପିଟାଲ ହାଇଦ୍ରାବାଦ୍ରେ ଚିକିତ୍ସିତ ହେଉଥିବା ସେହି ୯ ବର୍ଷୀୟ ଶିଶୁକପ ଦେଖିବାକୁ ହସ୍ପିଟାଲ୍ ଯାଇଥିବା ବେଳେ ଅରବିନ୍
ହାଇଦ୍ରାବାଦ: ପୁଷ୍ପା ପ୍ରିମିୟର ଶୋରେ ହୋଇଥିବା ଦଳଚକଟା ଘଟଣାରେ ପୀଡ଼ିତ ପରିବାରକୁ ୨ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ପୁଷ୍ପା-୨ ଦି ରୁଲ ସିନେମା ଟିମ୍ ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି।
ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଏହି ଦଳଚକଟା ଘଟଣା ଘଟିଥିଲା। ପୁଷ୍ପା-୨ ଦ ରୁଲ ପ୍ରିମିୟର ଶୋ ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିଲେ। ତାଙ୍କୁ ଦେଖିବାକୁ ଜମିଥିବା ଭିଡ଼ ଯୋଗୁ ହୋଇଥିବା ଦଳଚକଟାରେ ଜଣେ ୩୬ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶିଶୁ ପୁତ୍ରଙ୍କ ବ୍ରେନ୍ ଡେଡ୍ ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଥିଲେ।
ଘଟଣାରେ ପ୍ରଥମେ ୨୫ ଲକ୍ଷ ପରେ ୫୦ ଲକ୍ଷ ଏବେ ଦୁଇ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ଏଥିରେ ଅଲ୍ଲୁ ଅର୍ଜୁନ ୧ କୋଟି ଟଙ୍କା ଦେବାକୁ ଥିବା ସିନେମାର ପ୍ରୟୋଜନା ସଂସ୍ଥା ମିଥ୍ରି ମୁଭି ଓ ନିର୍ଦ୍ଦେଶକ ସୁକୁମାର ୫୦ ଲକ୍ଷ ଲେଖାଏ ଟଙ୍କା ଦେବେ। ଏହି କ୍ଷତିପୂରଣ ଚଳଚ୍ଚିତ୍ର ନିର୍ମାତା ତଥା ତେଲେଙ୍ଗାନା ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କ ଦ୍ୱାରା ପରିବାରକୁ ଦିଆଯିବ।
ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। କିମ୍ସ ହସ୍ପିଟାଲ ହାଇଦ୍ରାବାଦ୍ରେ ଚିକିତ୍ସିତ ହେଉଥିବା ସେହି ୯ ବର୍ଷୀୟ ଶିଶୁକପ ଦେଖିବାକୁ ହସ୍ପିଟାଲ୍ ଯାଇଥିବା ବେଳେ ଅରବିନ୍ଦ ଏହି ଘୋଷଣା କରିଛନ୍ତି। ଯେହେତୁ ଆଇନଗତ କାରଣ ଭାବରେ ପୀଡ଼ିତ ପରିବାରକୁ ଭେଟିବାକୁ ତାଙ୍କୁ ଅନୁମତି ନାହିଁ ତେଣୁ ଚେୟାରମ୍ୟାନ ଦିଲ୍ ରାଜୁ ଆମ ଠାରୁ ଟଙ୍କା ନେଇ ପୀଡ଼ିତ ପରିବାରକୁ ଦିଅନ୍ତୁ ବୋଲି ସେ ଘୋଷଣା କରିଛନ୍ତି।
ସେହିପରି ପୀଡ଼ିତ ୯ ବର୍ଷର ଶିଶୁ ଶ୍ରୀ ତେଜ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ସେ ଏବେ ନିଜେ ନିଜେ ନିଃଶ୍ୱାସ ନେଲେଣି। ବୋଧହୁଏ ୨ ଦିନ ଭିତରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରି ଦିଆଯିବ। ତାଙ୍କ ସୁସ୍ଥ ହେବାରେ ଆମେ ଖୁସି ଅରବିନ୍ଦ କହିଛନ୍ତି।
ଦଳଚକାଟ ଘଟଣାରେ ଗତକାଲି ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସ ପ୍ରାୟ ଚାରି ଘଣ୍ଟା ପଚରାଉଚରା କରିଥିଲା। ପ୍ରିମିୟର ଦିନକ ପରେ ସେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ଅଲ୍ଲୁ ଅର୍ଜୁନ କହିଛନ୍ତି।