ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା: ୬ ଆସନରେ ନୂଆ ମୁହଁ, ଦଳ ଡିଆଁ ହାତେଇଲେ ଟିକେଟ୍
ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟରେ ଶୁକ୍ରବାର ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଏଥିରେ ପୁରୁଣା, ନବାଗତ ଏବଂ ଦଳ ଡେଇଁ ଆସିଥିବା ନେତାଙ୍କୁ ସୁଯୋଗ ମିଳିଛି ।ରାଉରକେଲା ବିଧାନସଭା ଆସନ ପାଇଁ ଦଳ ପୁଣି ଥରେ ଶାରଦା ପ୍ରସନ୍ନ ନାୟକଙ୍କ ଉପରେ ଭରସା କରିଛି । ଗତ ବିଧାନସଭା ନିର୍ବାଚନରେ ଶାରଦ ବିଜେଡି ଟିକେଟରୁ ଏହି ଆସନରୁ ନିର୍ବାଚିତ ହୋଇଥିଲେ । ସେହିପରି ରେଙ୍ଗାଲି ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । ଗତ ନିର୍ବାଚନରେ ଏହି ଆସନରେ ରୀନା ତନ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଏଥର ସୁଦର୍ଶନ ହରିପାଲଙ୍କୁ ଟିକେଟ୍ ଦେଇଛି । ୨୦୧୯ରେ ଏହି ଆସନରେ ବିଜେପି ପ୍ରାର୍ଥୀ ନାଉରୀ ନାୟକ ବିଜୟୀ ହୋଇଥିଲେ ।ବୀରମିତ୍ରପୁର ବିଧାନସଭା ଆସନ ପାଇଁ ବିଜେଡି ରୋହିତ ଜୋଶେଫ ତିର୍କୀଙ୍କୁ ପ୍ରାର୍ଥୀ କରିଛି । ଦୁଇ ଦିନ ପୂର୍ବେ କଂଗ୍ରେସକୁ ଛାଡ଼ି ରୋହିତ୍ ବିଜେଡିରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ମଖଲୁ ଏକ୍କାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଥିଲା । ତେବେ ବିଜେପିର ଶଙ୍କର ଓରାମ ବିଜୟୀ ହୋଇଥିଲେ ।ବିଜେଡିର ପ୍ରାର୍ଥୀ ତାଲିକା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ଦଳ ସୁପ୍ରିମୋସେହିପରି କେନ୍ଦୁଝର ସଦର ଆସନ ପାଇଁ ଦଳ ନୂଆ ପ୍ରାର୍ଥୀ ଦେଇଛି । ପୂର୍ବତନ ନଗରପାଳ ମୀନା ମା
ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟରେ ଶୁକ୍ରବାର ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଏଥିରେ ପୁରୁଣା, ନବାଗତ ଏବଂ ଦଳ ଡେଇଁ ଆସିଥିବା ନେତାଙ୍କୁ ସୁଯୋଗ ମିଳିଛି ।
ରାଉରକେଲା ବିଧାନସଭା ଆସନ ପାଇଁ ଦଳ ପୁଣି ଥରେ ଶାରଦା ପ୍ରସନ୍ନ ନାୟକଙ୍କ ଉପରେ ଭରସା କରିଛି । ଗତ ବିଧାନସଭା ନିର୍ବାଚନରେ ଶାରଦ ବିଜେଡି ଟିକେଟରୁ ଏହି ଆସନରୁ ନିର୍ବାଚିତ ହୋଇଥିଲେ । ସେହିପରି ରେଙ୍ଗାଲି ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । ଗତ ନିର୍ବାଚନରେ ଏହି ଆସନରେ ରୀନା ତନ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଏଥର ସୁଦର୍ଶନ ହରିପାଲଙ୍କୁ ଟିକେଟ୍ ଦେଇଛି । ୨୦୧୯ରେ ଏହି ଆସନରେ ବିଜେପି ପ୍ରାର୍ଥୀ ନାଉରୀ ନାୟକ ବିଜୟୀ ହୋଇଥିଲେ ।
ବୀରମିତ୍ରପୁର ବିଧାନସଭା ଆସନ ପାଇଁ ବିଜେଡି ରୋହିତ ଜୋଶେଫ ତିର୍କୀଙ୍କୁ ପ୍ରାର୍ଥୀ କରିଛି । ଦୁଇ ଦିନ ପୂର୍ବେ କଂଗ୍ରେସକୁ ଛାଡ଼ି ରୋହିତ୍ ବିଜେଡିରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ମଖଲୁ ଏକ୍କାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଥିଲା । ତେବେ ବିଜେପିର ଶଙ୍କର ଓରାମ ବିଜୟୀ ହୋଇଥିଲେ ।
ବିଜେଡିର ପ୍ରାର୍ଥୀ ତାଲିକା, ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ଦଳ ସୁପ୍ରିମୋ
ସେହିପରି କେନ୍ଦୁଝର ସଦର ଆସନ ପାଇଁ ଦଳ ନୂଆ ପ୍ରାର୍ଥୀ ଦେଇଛି । ପୂର୍ବତନ ନଗରପାଳ ମୀନା ମାଝୀଙ୍କୁ ଦଳ ଏଠାରୁ ପ୍ରାର୍ଥୀ ଘୋଷଣା କରିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ହରାଇ ବିଜେପି ନେତା ମୋହନ ଚରଣ ମାଝୀ ବିଜୟୀ ହୋଇଥିଲେ । ଚର୍ଚ୍ଚିତ ରାଇରଙ୍ଗପୁର ଆସନରେ ମଧ୍ୟ ଦଳ ନୂଆ ମୁହଁ ଦେଇଛି । ୨୦୧୯ରେ ବାସନ୍ତୀ ମାର୍ଣ୍ଡିକୁ ଦଳ ପ୍ରାର୍ଥୀ କରିଥିବା ବେଳେ ୨୦୨୩ ନଭେମ୍ୱରରେ ବିଜେଡିରେ ମିଶିଥିବା ପୂର୍ବତନ ପୋଲିସ ଅଧିକାରୀ ରାଇସେନ ମୁର୍ମୁଙ୍କୁ ଦଳ ଏଥର ମୈଦାନକୁ ଓହ୍ଲାଇଛି । ୨୦୧୯ରେ ଏହି ଆସନ ବିଜେପି ହାତକୁ ଯାଇଥିଲା ।
ତେବେ ବାଲେଶ୍ୱର ସଦର ଆସନ ପାଇଁ ଦଳ ପୁଣି ଥରେ ସ୍ୱରୂପ ଦାସଙ୍କ ଉପରେ ଭରସା କରିଛି । ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ ୨୦୨୦ରେ ହୋଇଥିବା ଉପନିର୍ବାଚନରେ ଦଳ ଏଠାରେ ସ୍ୱରୂପଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପଟେ ଦୁଇ ଦିନ ପୂର୍ବେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ପ୍ରକାଶ ବେହେରା ଟିକେଟ ହାତେଇ ନେଇଛନ୍ତି । କଟକ-ବାରବାଟୀ ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ୨୦୧୯ରେ ଦେବାଶିଷ ସାମନ୍ତରାୟଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଥିଲା । ତେବେ ସାଲେପୁର ବିଧାନସଭା ଆସନ ପାଇଁ ଦଳ ପୁଣି ଥରେ ପ୍ରଶାନ୍ତ ବେହେରାଙ୍କ ଉପରେ ଭରସା କରିଛି । ସେହିପରି ଜୟଦେବ ଆସନ ପାଇଁ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । ୨୦୧୯ରେ ନିର୍ଦଳୀୟ ନିର୍ବାଚନ ଲଢିଥିବା ନବ କିଶୋର ମଲ୍ଲିକଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ବିଜେଡି ଟିକେଟରେ ଜିତିଥିବା ଅରବିନ୍ଦ ଢାଲି ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇସାରିଛନ୍ତି ।