ପୁଷ୍ପେନ୍ଦ୍ର-ଦିବ୍ୟଶଙ୍କର କଳି ବଢ଼ୁଛି

କୋକସରା,୯।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ବିଜୁ ଜନତା ଦଳ (ବିଜେଡି) ରାଜନୀତିରେ ଦଳୀୟ ନେତାଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଏବେ ପଦାକୁ ଆସିଲାଣି। ବିଜେଡି ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଦଳର ଜଣେ ତୃଣମୂଳ ସ୍ତରରୁ ରାଜନୀତିରେ ସକ୍ରିୟ ରହିଥିବା ନେତା। ସେ ଧର୍ମଗଡ଼ ବିଧାନସଭାରୁ ୩ ଥର ବିଧାୟକ ରହି ବିଜେଡିକୁ ଜିଲାରେ କ୍ରିୟାଶୀଳ କରିଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ଅନ୍ୟପକ୍ଷରେ ଏବେ କଳାହାଣ୍ଡି ଜିଲା ଦଳୀୟ ସଭାପତି ପଦବୀକୁ ନେଇ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର […] The post ପୁଷ୍ପେନ୍ଦ୍ର-ଦିବ୍ୟଶଙ୍କର କଳି ବଢ଼ୁଛି appeared first on Dharitri Odia News.

ପୁଷ୍ପେନ୍ଦ୍ର-ଦିବ୍ୟଶଙ୍କର କଳି ବଢ଼ୁଛି

କୋକସରା,୯।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ବିଜୁ ଜନତା ଦଳ (ବିଜେଡି) ରାଜନୀତିରେ ଦଳୀୟ ନେତାଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଏବେ ପଦାକୁ ଆସିଲାଣି। ବିଜେଡି ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଦଳର ଜଣେ ତୃଣମୂଳ ସ୍ତରରୁ ରାଜନୀତିରେ ସକ୍ରିୟ ରହିଥିବା ନେତା। ସେ ଧର୍ମଗଡ଼ ବିଧାନସଭାରୁ ୩ ଥର ବିଧାୟକ ରହି ବିଜେଡିକୁ ଜିଲାରେ କ୍ରିୟାଶୀଳ କରିଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ଅନ୍ୟପକ୍ଷରେ ଏବେ କଳାହାଣ୍ଡି ଜିଲା ଦଳୀୟ ସଭାପତି ପଦବୀକୁ ନେଇ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଅନ୍ୟ ଏକ ଗୋଷ୍ଠୀ ପୁଷ୍ପେନ୍ଦ୍ରଙ୍କୁ ହଟାଇବା ପାଇଁ ରଣନୀତି ଆରମ୍ଭ କରିଥିବା କୁହାଯାଉଛି। ଜିଲା ସଭାପତି ଦାୟିତ୍ୱରୁ ପୁଷ୍ପେନ୍ଦ୍ରଙ୍କୁ ହଟାଇବା ପାଇଁ ଜୁନାଗଡ଼ ବିଧାୟକଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଫଳରେ ପୁଷ୍ପେନ୍ଦ୍ରଙ୍କ ସପକ୍ଷବାଦୀ କର୍ମୀମାନେ ରଣହୁଙ୍କାର ଦେଇଛନ୍ତି। ରବିବାର କୋକସରା ବିଜେଡି ଦଳୀୟ କାର୍ଯ୍ୟାଳୟରେ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଆମପାଣି ଜୋନ ଜିଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, କୋକସରା ଜୋନ ଜିଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ନାରିନେତ୍ରୀ ଅଶୋକା ନାଏକ, ବରିଷ୍ଠ କର୍ମୀ ଅଶୋକ ପୂଝାରି, ଭୁବନେଶ୍ୱର ମାଝୀ, ରମେଶ ଦୁର୍ଗା, ଅରବିନ୍ଦ ପଟ୍ଟନାୟକ, କୁମୁଦ ବେହେରା, ନୀଳାମ୍ବର ବାରିକ, ଅଭିମନ୍ୟୁ ଗୋପାଳ, ଅଜୟ କୁମାର ସାହୁ, ସୁରେଶ ସାହୁ, ରାମେଶ୍ୱର ଧଙ୍ଗଡାମାଝୀଙ୍କ ସମେତ ବ୍ଲକର ୨୨ ପଞ୍ଚାୟତର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ଦଳରେ ବିଦ୍ରୋହକାରୀ ଓ ଶୃଙ୍ଖଳାଭଙ୍ଗ କରୁଥିବା ନେତାଙ୍କ ପ୍ରତି ରାଜ୍ୟ ସଭାପତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ପୁଷ୍ପେନ୍ଦ୍ରଙ୍କ ନେତୃତ୍ୱରେ ଦୀର୍ଘବର୍ଷ ଧରି ଜିଲାରେ ଦଳ ସଙ୍ଗଠିତ ହୋଇ ରହିଛି ଓ ଆଗକୁ ମଧ୍ୟ ତାଙ୍କ ନେତୃତ୍ୱରେ ହିଁ କଳାହାଣ୍ଡି ଜିଲାରେ ବିଜେଡି ସୁଦୃଢ଼ ହେବ ବୋଲି ସେମାନେ ମତପ୍ରକାଶ କରିଛନ୍ତି।

The post ପୁଷ୍ପେନ୍ଦ୍ର-ଦିବ୍ୟଶଙ୍କର କଳି ବଢ଼ୁଛି appeared first on Dharitri Odia News.