ପୁସ୍ତକ ଗାଁ
ପୁସ୍ତକପ୍ରେମୀଙ୍କୁ ଭଲ ବହି ଖଣ୍ଡେ ଓ ନିରୋଳା ଜାଗାଟିଏ ମିଳିଗଲେ ବେଶ୍ ଖୁସିରେ ସେମାନେ ଘଣ୍ଟା ଘଣ୍ଟା ବସି ପଢ଼ନ୍ତି। ତେବେ ଭାବିଲେ ଦେଖି ଯଦି ଏକ ଗାଁ ପୁସ୍ତକାଳୟ ପାଲଟିଯାଏ, ତେବେ ବହି ପଢ଼ିବାକୁ ଭଲ ପାଉଥିବା ମଣିଷକୁ କେମିତି ଲାଗିବ। ବୋଧହୁଏ ସେ ଖୁସିରେ ଆତ୍ମହରା ହୋଇଯିବେ। ଭାବୁଥିବେ ଏମିତି କ’ଣ ସମ୍ଭବ? ମହାରାଷ୍ଟ୍ର, ସିତାରା ଜିଲା ଅନ୍ତର୍ଗତ ଭିଲାର ଗାଁ ଏବେ ବେଶ୍ ପରିଚିତ ‘ପୁସ୍ତକ ଗାଁ’ ଭାବେ। ଏଠାକାର ୨୫ଟି ସ୍ଥାନ […] The post ପୁସ୍ତକ ଗାଁ appeared first on Dharitri Odia News.
ପୁସ୍ତକପ୍ରେମୀଙ୍କୁ ଭଲ ବହି ଖଣ୍ଡେ ଓ ନିରୋଳା ଜାଗାଟିଏ ମିଳିଗଲେ ବେଶ୍ ଖୁସିରେ ସେମାନେ ଘଣ୍ଟା ଘଣ୍ଟା ବସି ପଢ଼ନ୍ତି। ତେବେ ଭାବିଲେ ଦେଖି ଯଦି ଏକ ଗାଁ ପୁସ୍ତକାଳୟ ପାଲଟିଯାଏ, ତେବେ ବହି ପଢ଼ିବାକୁ ଭଲ ପାଉଥିବା ମଣିଷକୁ କେମିତି ଲାଗିବ। ବୋଧହୁଏ ସେ ଖୁସିରେ ଆତ୍ମହରା ହୋଇଯିବେ। ଭାବୁଥିବେ ଏମିତି କ’ଣ ସମ୍ଭବ? ମହାରାଷ୍ଟ୍ର, ସିତାରା ଜିଲା ଅନ୍ତର୍ଗତ ଭିଲାର ଗାଁ ଏବେ ବେଶ୍ ପରିଚିତ ‘ପୁସ୍ତକ ଗାଁ’ ଭାବେ। ଏଠାକାର ୨୫ଟି ସ୍ଥାନ ଯେମିତିକି କିଛି ଘର, ସ୍କୁଲ, ମନ୍ଦିର ଆଦି ପାଲଟିଛି ପାଠାଗାର। ଏହି ପାଠାଗାରରେ ସାହିତ୍ୟ, ଧର୍ମ, ମହିଳା, ପିଲା, ଇତିହାସ, ପରିବେଶ, ଲୋକ ସାହିତ୍ୟ, ଆତ୍ମଜୀବନୀ ଭଳି ଅନେକ ପୁସ୍ତକ ଉପଲବ୍ଧ ହେଉଛି। ଗାଁର ଛୋଟରୁ ବଡ଼ ସମସ୍ତେ ପାଠାଗାରରେ କିଛି କିଛି ସମୟ ବିତାନ୍ତି। ଏହାବାଦ୍ ପର୍ଯ୍ୟଟକମାନେ ମଧ୍ୟ ଏହି ପାଠାଗାରକୁ ଯାଇ ବହି ପଢ଼ନ୍ତି। ଗାଁରେ ବିଭିନ୍ନ ପ୍ରକାରର ସାହିତ୍ୟ କାର୍ଯ୍ୟକ୍ରମ ବି ହୁଏ।
The post ପୁସ୍ତକ ଗାଁ appeared first on Dharitri Odia News.