ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ
ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ। ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ମୃଣ୍ମୟ ମୂର୍ତ୍ତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଶୁକ୍ରବାର କାରିଗରଙ୍କ ଶେଷ ସ୍ପର୍ଶ ଦିଆଯାଇଛି। ସହରର ସମସ୍ତ ପୂଜା ମଣ୍ଡପ ସଜେଇ ହୋଇଛି। ଜିଲାରେ କାଳୀପୂଜା ପରେ ଗଣେଶ ପୂଜା ଗଣପର୍ବର ପରିଚୟ ପାଇଛି। ଜିଲାର ବିଭିନ୍ନ ମଣ୍ଡପରେ ପୂଜା ଆୟୋଜନ ହେଉଥିବା […] The post ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ appeared first on Dharitri Odia News.
ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ। ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ମୃଣ୍ମୟ ମୂର୍ତ୍ତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଶୁକ୍ରବାର କାରିଗରଙ୍କ ଶେଷ ସ୍ପର୍ଶ ଦିଆଯାଇଛି। ସହରର ସମସ୍ତ ପୂଜା ମଣ୍ଡପ ସଜେଇ ହୋଇଛି।
ଜିଲାରେ କାଳୀପୂଜା ପରେ ଗଣେଶ ପୂଜା ଗଣପର୍ବର ପରିଚୟ ପାଇଛି। ଜିଲାର ବିଭିନ୍ନ ମଣ୍ଡପରେ ପୂଜା ଆୟୋଜନ ହେଉଥିବା ବେଳେ ଭଦ୍ରକ ସହରର ପୁରୁଣାବଜାରରେ ବୁଢ଼ା, ଟୋକା, କୁଅଁାସରେ ପିଲା ଗଣେଶ, ଛୁଆ ଗଣେଶ ଓ କାଞ୍ଚନ ଗଣେଶ ପୂଜା ପାଇବେ। ଏଠାରେ ୧ ମାସ ଧରି ପୂଜା ଚାଲିବ। ମୋଗଲ ଶାସନ କାଳରୁ ପୁରୁଣାବଜାର ପୂଜା ମଣ୍ଡପରେ ବୁଢ଼ା ଗଣେଶ ପୂଜା ଆରମ୍ଭ କରାଯାଇଥିବା କମିଟି ସଭାପତି ଅଜୟ କୁମାର ସାହୁ କହିଛନ୍ତି। ଭଦ୍ରକର ମୋଗଲ ତାମସା ସହ ଏହି ପୂଜାର ଐତିହାସିକ ସମ୍ପର୍କ ରହିଛି। ଏକ ମାସ ଧରି ପୂଜା ଚାଲିବା ସମୟରେ ତାହା ମଧ୍ୟରେ ପୂଜା ମଣ୍ଡପରେ ରାଧାଷ୍ଟମୀ, ସୁନିଅଁା, ଅନନ୍ତବ୍ରତ, ଦୂତିବାହନ ଆଦି ଓଷା ଅନୁଷ୍ଠିତ ହେବ। ମାସେ ପୂଜା ପାଇବା ପରେ ଭସାଣି ଉତ୍ସବରେ ଉଭୟ ମୁସ୍ଲିମ୍ ଓ ହିନ୍ଦୁ ସମ୍ପ୍ରଦାୟର ଲୋକେ ସାମିଲ ହେଉଥିବାରୁ ଏହା ଭାଇଚାରାର ପର୍ବ ବୋଲି କମିଟି ସମ୍ପାଦକ ମନୋରଞ୍ଜନ ସାହୁ କହିଛନ୍ତି। ସେହିପରି ୧୯୭୦ରୁ ଟୋକା ଗଣେଶ ପୂଜା ହୋଇଆସୁଛି। କମିଟି ସଭାପତି ହରିପ୍ରସାଦ ନନ୍ଦୀ, ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ପ୍ରମୋଦ ପଣ୍ଡା ପ୍ରମୁଖ ପୂଜା ପରିଚାଳନା ଦାୟିତ୍ୱ ନେଇଛନ୍ତି। ୧୯୯୩ରୁ କୁଅଁାସଠାରେ ପିଲା ଗଣେଶ ପୂଜା ଅନୁଷ୍ଠିତ ହେଉଛି।
The post ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ appeared first on Dharitri Odia News.