ପୂରା ପିଇବୁ, ପୂରା ଜିଇଁବୁ: ରାଷ୍ଟ୍ରପତି
କେନ୍ଦୁଝର,୨୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ଫେରିଛନ୍ତି। ମୟୂରଭଞ୍ଜ ଜିଲାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ସଦର ବ୍ଲକ ରାଇସୁଆଁ ଏୟାରଷ୍ଟ୍ରିପ୍ରେ ଓହ୍ଲାଇଥିଲେ। ସେଠାରୁ ସଡ଼କପଥରେ ବାଂଶପାଳ ବ୍ଲକ ଗୋନାସିକା ଯାଇ ଜୁଆଙ୍ଗ ଜନଜାତିର ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରି ତାହାର ସୁବିଧା ନେବାକୁ କହିଥିଲେ। […] The post ପୂରା ପିଇବୁ, ପୂରା ଜିଇଁବୁ: ରାଷ୍ଟ୍ରପତି appeared first on Dharitri Odia News.
କେନ୍ଦୁଝର,୨୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ଫେରିଛନ୍ତି। ମୟୂରଭଞ୍ଜ ଜିଲାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ସଦର ବ୍ଲକ ରାଇସୁଆଁ ଏୟାରଷ୍ଟ୍ରିପ୍ରେ ଓହ୍ଲାଇଥିଲେ। ସେଠାରୁ ସଡ଼କପଥରେ ବାଂଶପାଳ ବ୍ଲକ ଗୋନାସିକା ଯାଇ ଜୁଆଙ୍ଗ ଜନଜାତିର ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରି ତାହାର ସୁବିଧା ନେବାକୁ କହିଥିଲେ। ସେହିପରି ସେମାନଙ୍କ ପାଇଁ ଥିବା ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କ ପାଖକୁ ଯାଇ ସହାୟତା କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ କହିଥିଲେ। ଉପସ୍ଥିତ ଜୁଆଙ୍ଗ ଜନଜାତି ପୁରୁଷ ମହିଳାଙ୍କୁ ସେମାନଙ୍କ ଶିକ୍ଷା, ନିଯୁକ୍ତି, ବ୍ୟବସାୟ, ରୋଜଗାର, ମାଗଣା ଚାଉଳ, ଘର, ପାନୀୟ ଜଳ ଯୋଗାଣ ସୁବିଧା ବିଷୟରେ ବୁଝିଥିଲେ।
ଉଦ୍ବୋଧନ ଦେଇ ସେ କହିଥିଲେ, ସରକାର ଜନଜାତିଙ୍କ ବିକାଶ ପାଇଁ ତିନି ବର୍ଷରେ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗରୁ ଆମେ କହୁ ଢୋକେ ପିଇ ଦଣ୍ଡେ ଜିଇଁବୁ କିନ୍ତୁ ଆଜି କହୁଛୁ ଆମେ ପୂରା ପିଇବୁ ଓ ପୂରା ଜିଇଁବୁ। ଏଣୁ ସରକାର ସବୁ ସୁବିଧା ଯୋଗାଇ ଦେଉଛନ୍ତି। ସମସ୍ତେ ସ୍ବାସ୍ଥ୍ୟ, ପରିଷ୍କାର, ପରିଚ୍ଛନ୍ନତା, ଜନଧନ ଯୋଜନା, ଚାଷର ଉନ୍ନତି ଆଦି ପାଇଁ ଥିବା ସୁବିଧା ବିଷୟରେ କହିଥିଲେ।
The post ପୂରା ପିଇବୁ, ପୂରା ଜିଇଁବୁ: ରାଷ୍ଟ୍ରପତି appeared first on Dharitri Odia News.