ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ଯ

ନନ୍ଦିଘୋଷ ବ୍ୟୁରୋ: ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ଯ। ମୁମ୍ବାଇ ଓର୍ଲିରେ ହଜାର ହଜାର ଶୋକାକୁଳ... The post ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ଯ appeared first on .

ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ଯ

ନନ୍ଦିଘୋଷ ବ୍ୟୁରୋ: ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ଯ। ମୁମ୍ବାଇ ଓର୍ଲିରେ ହଜାର ହଜାର ଶୋକାକୁଳ ଜନତାଙ୍କ ଗହଣରେ ପାର୍ସୀ ରୀତିନୀତି ଅନୁସାରେ ଶେଷକୃତ୍ଯ ସମ୍ପନ୍ନ ହୋଇଛି। ଶେଷକୃତ୍ଯବେଳେ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବହୁ ରାଜନେତା। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ।

ବୁଧବାର ରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ରତନ ଟାଟା। ବୟସାଧିକ ସମସ୍ୟା ପାଇଁ ଗତ ସୋମବାର ତାଙ୍କୁ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ରତନଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ମରଶରୀରକୁ ତାଙ୍କ ବାସଭବନରୁ ସାଉଥ ମୁମ୍ଵାଇର NCPA କୁ ନିଆଯାଇଥିଲା। ସେଠାରେ ସାଧାରଣ ଲୋକେ ମଧ୍ୟ ଦେଶର ଏହି ରତ୍ନଙ୍କୁ ଶେଷ ସମ୍ମାନ ଜଣାଇଥିଲେ।

The post ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ସମ୍ପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ଯ appeared first on .