ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରୀ ଭୁସି ନାବାଳକୁ ହତ୍ୟା

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ନାବାଳକ ଆଉ ଜଣେ ନାବାଳକକୁ ଆଜି ସନ୍ଧ୍ୟାରେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । କୈରାଶି ଗ୍ରାମର ଅରୁଣ ଦାସଙ୍କ  ୧୭ ବର୍ଷୀୟ ନାବାଳକ ପୁଅ ରାଜେଶ ଦାସ ଆଜି ସନ୍ଧ୍ୟାରେ ଗ୍ରାମର ସାଗର ବନ୍ଧ ମାଛ ମାର୍କେଟକୁ ଯାଇଥିବା ବେଳେ ସେଠାରେ ସୁଯୋଗ ଅପେକ୍ଷାରେ ଥିବା ଆଉ ଜଣେ ୧୭ ବର୍ଷୀୟ ନାବାଳକ ଛୁରୀରେ ଆକ୍ରମଣ କରିଥିଲା । Also read- ମାନସିକ ଚାପ ନା ଆଉ କିଛି ? କୋର୍ଟ ଛାତରୁ ଡେଇଁ ଆଇନଜୀବୀଙ୍କ ଆତ୍ମହତ୍ୟା ଘଟଣାରେ ରାଜେଶଙ୍କ ପେଟ, ଛାତି ଓ ଗୋଡ଼ ରେ ଛୁରୀ ମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ତେବେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ,ଏସ ଆଇ ପାର୍ଥ ପ୍ରତିମ ଦେବତା ମେଡ଼ିକାଲରେ ପହଞ୍ଚିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥିବା ଜଣାପଡିଛି । ଗତ କିଛି ମାସ ତଳେ କୈରାଶି ଗ୍ରାମରେ କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ହୋଇଥିଲା ।ଏହି କାରଣରୁ ଆଜି ହତ୍ୟାର ଶିକାର ହୋଇଥିବା ରାଜେଶ ଦାସ ସମେତ ୪ ଜଣ ନାବାଳକ ଆଜିର ଅଭିଯୁକ୍ତ ନାବାଳକକୁ ହକିଷ୍ଟିକ ରେ ପ୍ରବଳ ପିଟୁଥିବା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିଲା ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରୀ ଭୁସି ନାବାଳକୁ ହତ୍ୟା

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ନାବାଳକ ଆଉ ଜଣେ ନାବାଳକକୁ ଆଜି ସନ୍ଧ୍ୟାରେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । କୈରାଶି ଗ୍ରାମର ଅରୁଣ ଦାସଙ୍କ  ୧୭ ବର୍ଷୀୟ ନାବାଳକ ପୁଅ ରାଜେଶ ଦାସ ଆଜି ସନ୍ଧ୍ୟାରେ ଗ୍ରାମର ସାଗର ବନ୍ଧ ମାଛ ମାର୍କେଟକୁ ଯାଇଥିବା ବେଳେ ସେଠାରେ ସୁଯୋଗ ଅପେକ୍ଷାରେ ଥିବା ଆଉ ଜଣେ ୧୭ ବର୍ଷୀୟ ନାବାଳକ ଛୁରୀରେ ଆକ୍ରମଣ କରିଥିଲା ।

Also read- ମାନସିକ ଚାପ ନା ଆଉ କିଛି ? କୋର୍ଟ ଛାତରୁ ଡେଇଁ ଆଇନଜୀବୀଙ୍କ ଆତ୍ମହତ୍ୟା

ଘଟଣାରେ ରାଜେଶଙ୍କ ପେଟ, ଛାତି ଓ ଗୋଡ଼ ରେ ଛୁରୀ ମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ତେବେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ,ଏସ ଆଇ ପାର୍ଥ ପ୍ରତିମ ଦେବତା ମେଡ଼ିକାଲରେ ପହଞ୍ଚିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥିବା ଜଣାପଡିଛି ।

ଗତ କିଛି ମାସ ତଳେ କୈରାଶି ଗ୍ରାମରେ କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ହୋଇଥିଲା ।ଏହି କାରଣରୁ ଆଜି ହତ୍ୟାର ଶିକାର ହୋଇଥିବା ରାଜେଶ ଦାସ ସମେତ ୪ ଜଣ ନାବାଳକ ଆଜିର ଅଭିଯୁକ୍ତ ନାବାଳକକୁ ହକିଷ୍ଟିକ ରେ ପ୍ରବଳ ପିଟୁଥିବା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିଲା । ଥାନାରେ ଅଭିଯୋଗ ପରେ ପୋଲିସ ଖଲ୍ଲିକୋଟ ଥାନା କେସ ନମ୍ବର ୩୩୦/୨୦୨୩ ଅନୁଯାୟୀ ମାମଲା ରୁଜ୍ଜୁ କରି ୪ ନାବାଳକଙ୍କୁ ବାଳସୁଧାର ଗୃହ କୁ ପଠେଇ ଦେଇଥିଲେ ।ତେବେ ମାଡ଼ ଖାଇଥିବା ନାବାଳକ ଜଣକ ପ୍ରତିଶୋଧ ଅପେକ୍ଷା ରେ ଥିଲା । ଆଜି ସୁଯୋଗ ପାଇ ପ୍ରତିଶୋଧ ନେଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରୀ ଭୁସି ନାବାଳକୁ ହତ୍ୟା appeared first on Prameya News7.