ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ

ବାଲିପାଟଣ ୨୦।୦୪; ରାଜଧାନୀରେ ଫୁଟିଲା ଗୁଳି। ବିଳମ୍ବିତ ରାତିରେ ବାଲିପାଟଣା ଅଞ୍ଚଳରେ ଗୁଳିକାଣ୍ଡ । ଦୁଇ ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ଦୀପ୍ତିରଞ୍ଜନ ମହାପାତ୍ର ନାମକ ଜଣେ ଯୁବକଙ୍କ ବାମ ହାତରେ ଗୁଳି ବାଜିଛି। ଗୁଳି ବିନିମୟ ପରେ ଦୀପ୍ତିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ।ଦୀପ୍ତିରଞ୍ଜନ ରାତିରେ ପିଣ୍ଡାରେ ବସିଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସିଥିଲେ । ଏହା ପରେ ସେ ତାଙ୍କ ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ନିକଟରେ ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏକ ମାମଲାରେ ଜେଲ୍ ଯାଇ ଜାମିନରେ ଆସିଥିଲେ । ପୁର୍ବ ଶତୃତାରୁ ଗୁଳି ମାଡ଼ ହୋଇଥିବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ପୋଲିସ୍‌ ଘଟଣାର ତଦନ୍ତ କରୁଛି । 

ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ

ବାଲିପାଟଣ ୨୦।୦୪; ରାଜଧାନୀରେ ଫୁଟିଲା ଗୁଳି। ବିଳମ୍ବିତ ରାତିରେ ବାଲିପାଟଣା ଅଞ୍ଚଳରେ ଗୁଳିକାଣ୍ଡ । ଦୁଇ ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ଦୀପ୍ତିରଞ୍ଜନ ମହାପାତ୍ର ନାମକ ଜଣେ ଯୁବକଙ୍କ ବାମ ହାତରେ ଗୁଳି ବାଜିଛି। ଗୁଳି ବିନିମୟ ପରେ ଦୀପ୍ତିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ।

ଦୀପ୍ତିରଞ୍ଜନ ରାତିରେ ପିଣ୍ଡାରେ ବସିଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସିଥିଲେ । ଏହା ପରେ ସେ ତାଙ୍କ ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ନିକଟରେ ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏକ ମାମଲାରେ ଜେଲ୍ ଯାଇ ଜାମିନରେ ଆସିଥିଲେ । ପୁର୍ବ ଶତୃତାରୁ ଗୁଳି ମାଡ଼ ହୋଇଥିବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ପୋଲିସ୍‌ ଘଟଣାର ତଦନ୍ତ କରୁଛି ।