ମାସ ଆରମ୍ଭର ଗ୍ରାହକଙ୍କୁ ଆଶ୍ୱସ୍ତି: ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜାଣନ୍ତୁ ଦିଲ୍ଲୀରୁ ଚେନ୍ନାଇ ନୂଆ ଦର

ନୂଆଦିଲ୍ଲୀ ୦୧/୦୬: ସାରା ଦେଶରେ ଆଜି ଚାଲିଛି ଷଷ୍ଠ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ । ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଭୋଟ ଦେଉଛି ସାରା ଭାରତ । ଜୁନ୍ ୪ରେ ଘୋଷଣା ହେବ ନିର୍ବାଚନ ଫଳାଫଳ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ମଧ୍ୟ ସାଧାରମ ଜନତାଙ୍କୁ ମିଳିଛି ଆଶ୍ନସ୍ତି । ଜୁନ୍ ୧, ୨୦୨୪ରେ ହ୍ରାସ ହୋଇଛି ସିଲିଣ୍ଡର ଦାମ୍ । ସାରା ଦେଶରେ LPG ସିଲିଣ୍ଡର ଶସ୍ତା ହୋଇଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ପୁଣି ଥରେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ହ୍ରାସ କରିଛନ୍ତି । IOCL ର ୱେବସାଇଟ୍ ଅନୁଯାୟୀ, ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧିତ ହେବା ସହ କମିଛି ଦାମ୍ । LPG ସିଲିଣ୍ଡରର ନୂତନ ମୂଲ୍ୟ ୧ ଜୁନ୍ ୨୦୨୪ରୁ କାର୍ଯ୍ୟକାରୀ ହୋଇଛି । ତେବେ ଏଥର ମଧ୍ୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେଇଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା କରାଯାଇଥିବା ସର୍ବଶେଷ ପରିବର୍ତ୍ତନ ପରେ, ୧୯ କିଲୋଗ୍ରାମର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ ୬୯.୫୦ ଟଙ୍କା, କୋଲକାତାରେ ୭୨ ଟଙ୍କା, ମୁମ୍ବାଇରେ ୬୯.୫୦ ଟଙ୍କା ଏବଂ ଚେନ୍ନାଇରେ ୭୦.୫୦ଟଙ୍କା ଶସ୍ତା ହୋଇଛି ।

ମାସ ଆରମ୍ଭର ଗ୍ରାହକଙ୍କୁ ଆଶ୍ୱସ୍ତି: ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜାଣନ୍ତୁ ଦିଲ୍ଲୀରୁ ଚେନ୍ନାଇ ନୂଆ ଦର

ନୂଆଦିଲ୍ଲୀ ୦୧/୦୬: ସାରା ଦେଶରେ ଆଜି ଚାଲିଛି ଷଷ୍ଠ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ । ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଭୋଟ ଦେଉଛି ସାରା ଭାରତ । ଜୁନ୍ ୪ରେ ଘୋଷଣା ହେବ ନିର୍ବାଚନ ଫଳାଫଳ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ମଧ୍ୟ ସାଧାରମ ଜନତାଙ୍କୁ ମିଳିଛି ଆଶ୍ନସ୍ତି । 

ଜୁନ୍ ୧, ୨୦୨୪ରେ ହ୍ରାସ ହୋଇଛି ସିଲିଣ୍ଡର ଦାମ୍ । ସାରା ଦେଶରେ LPG ସିଲିଣ୍ଡର ଶସ୍ତା ହୋଇଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ପୁଣି ଥରେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ହ୍ରାସ କରିଛନ୍ତି । IOCL ର ୱେବସାଇଟ୍ ଅନୁଯାୟୀ, ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧିତ ହେବା ସହ କମିଛି ଦାମ୍ । 

LPG ସିଲିଣ୍ଡରର ନୂତନ ମୂଲ୍ୟ ୧ ଜୁନ୍ ୨୦୨୪ରୁ କାର୍ଯ୍ୟକାରୀ ହୋଇଛି । ତେବେ ଏଥର ମଧ୍ୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେଇଛି । 

ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା କରାଯାଇଥିବା ସର୍ବଶେଷ ପରିବର୍ତ୍ତନ ପରେ, ୧୯ କିଲୋଗ୍ରାମର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ ୬୯.୫୦ ଟଙ୍କା, କୋଲକାତାରେ ୭୨ ଟଙ୍କା, ମୁମ୍ବାଇରେ ୬୯.୫୦ ଟଙ୍କା ଏବଂ ଚେନ୍ନାଇରେ ୭୦.୫୦ଟଙ୍କା ଶସ୍ତା ହୋଇଛି ।