ମାର୍ଚ୍ଚରେ ୮୪,୯୫୪ ୟୁନିଟ୍ ଯାନ ବିକ୍ରି
ଭୁବନେଶ୍ୱର,୧୦।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍ଏଡିଏ ବା ଫାଡା) ର ମାସିକ ଯାନ ବିକ୍ରି ଫଳାଫଳ ନିକଟରେ ପ୍ରକାଶ ପାଇଛି। ଏପରିକି ୨୦୨୪ ମାର୍ଚ୍ଚରେ ଉଭୟ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ଖୁଚୁରା ଗାଡ଼ି ବିକ୍ରି ଫଳାଫଳ ବା ଯାନ ବିକ୍ରି ତଥ୍ୟ ଫାଡା ପକ୍ଷରୁ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଫାଡାର ଓଡ଼ିଶା ରାଜ୍ୟ ୟୁନିଟ୍ ପକ୍ଷରୁ ମଧ୍ୟ ମାର୍ଚ୍ଚ ମାସର ଯାନ ବିକ୍ରି ତଥ୍ୟ ସମ୍ପର୍କରେ ମଧ୍ୟ […] The post ମାର୍ଚ୍ଚରେ ୮୪,୯୫୪ ୟୁନିଟ୍ ଯାନ ବିକ୍ରି appeared first on Dharitri Odia News.
ଭୁବନେଶ୍ୱର,୧୦।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍ଏଡିଏ ବା ଫାଡା) ର ମାସିକ ଯାନ ବିକ୍ରି ଫଳାଫଳ ନିକଟରେ ପ୍ରକାଶ ପାଇଛି। ଏପରିକି ୨୦୨୪ ମାର୍ଚ୍ଚରେ ଉଭୟ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ଖୁଚୁରା ଗାଡ଼ି ବିକ୍ରି ଫଳାଫଳ ବା ଯାନ ବିକ୍ରି ତଥ୍ୟ ଫାଡା ପକ୍ଷରୁ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଫାଡାର ଓଡ଼ିଶା ରାଜ୍ୟ ୟୁନିଟ୍ ପକ୍ଷରୁ ମଧ୍ୟ ମାର୍ଚ୍ଚ ମାସର ଯାନ ବିକ୍ରି ତଥ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ୨୦୨୪ ମାର୍ଚ୍ଚରେ ଓଡ଼ିଶାରେ ମୋଟ ୮୪, ୯୫୪ ୟୁନିଟ୍ ଯାନ ବିକ୍ରି କରାଯାଇଥିଲାବେଳେ ୨୦୨୩ ସମାନ ମାସ ମଧ୍ୟରେ ୬୫,୪୭୮ ୟୁନିଟ୍ ବିକ୍ରି ହୋଇଥିଲା। ଫଳରେ ଗତ ବର୍ଷ ମାର୍ଚ୍ଚ ମାସର ବିକ୍ରି ତୁଳନାରେ ଚଳିତ ବର୍ଷ ମାର୍ଚ୍ଚ ମାସର ବିକ୍ରି ପରିମାଣ ପ୍ରାୟ ୩୦% (୨୯.୭୪%) ବୃଦ୍ଧି ଘଟିଛି। ଅପରପକ୍ଷରେ ରାଜ୍ୟର ଖୁଚୁରା ଯାନ ବିକ୍ରି ମଧ୍ୟ ପୂର୍ବ ବର୍ଷର ସମାନ ଅବଧି ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଯଥାକ୍ରମେ ଦୁଇଚକିଆ ୩୨.୨୭%, ତିନିଚକିଆ ୩୯.୧୭%, ସିଭି ୨୬.୧୫ %, ପିଭି ୭.୦୧% ଏବଂ ଟ୍ରାକ୍ଟର ୪୨.୬୦% ବିକ୍ରି ଅଭିବୃଦ୍ଧି ହୋଇଛି। ଏ ସମ୍ପର୍କରେ ଫାଡା ଓଡ଼ିଶାର ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ଅଗ୍ରଓ୍ବାଲ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟ ଅଟୋମୋବାଇଲ ଶିଳ୍ପର କାରବାର ବେଶ୍ ଉତ୍ସାହଜନକ ରହିଛି। ବିଶେଷକରି ଘରୋଇ ବଜାରରେ ୨ ଚକିଆ ଯାନର ବିକ୍ରି ଅଭିବୃଦ୍ଧି ଜାରି ରହିଥିଲାବେଳେ ଅନ୍ୟାନ୍ୟ ବର୍ଗର ଯାନ ବିକ୍ରିରେ ମଧ୍ୟ ସୁଧାର ଆସିବା ସହ ଭଲ କାରବାର କରୁଥିବା ଲକ୍ଷ୍ୟ କରାଯାଇଛି।
The post ମାର୍ଚ୍ଚରେ ୮୪,୯୫୪ ୟୁନିଟ୍ ଯାନ ବିକ୍ରି appeared first on Dharitri Odia News.