ଉପହାର ସ୍ବରୂପ ନେପାଳକୁ ଭାରତ ଦେଲା ୩୫ ଆମ୍ବୁଲାନ୍ସ, ୬୬ ସ୍କୁଲ ବସ

କାଠମାଣ୍ଡୁ,୧୪।୪: କାଠମାଣ୍ଡୁରେ ଥିବା ଭାରତର ଦୂତାବାସ ନେପାଳର ବିଭିନ୍ନ ଜିଲାରେ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନକୁ ୩୫ ଟି ଆମ୍ବୁଲାନ୍ସ ଏବଂ ୬୬ ଟି ସ୍କୁଲ ବସ ଉପହାର ଦେଇଛନ୍ତି। ନେପାଳରେ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ନେପାଳର ଅର୍ଥମନ୍ତ୍ରୀ ବର୍ଷମାନ ପୁନଙ୍କ ଉପସ୍ଥିତିରେ ଗାଡ଼ି ଗୁଡିକର ଚାବି ହସ୍ତାନ୍ତର କରିଛନ୍ତି। ଭାରତୀୟ ଦୂତାବାସ କହିଛି ଯେ ରବିବାର ହସ୍ତାନ୍ତର କରାଯାଇଥିବା ୧୦୧ ଟି ଯାନ ମଧ୍ୟରୁ ଦୁଇଟିକୁ ଭୂକମ୍ପ ପ୍ରଭାବିତ […] The post ଉପହାର ସ୍ବରୂପ ନେପାଳକୁ ଭାରତ ଦେଲା ୩୫ ଆମ୍ବୁଲାନ୍ସ, ୬୬ ସ୍କୁଲ ବସ appeared first on Dharitri Odia News.

ଉପହାର ସ୍ବରୂପ ନେପାଳକୁ ଭାରତ ଦେଲା ୩୫ ଆମ୍ବୁଲାନ୍ସ, ୬୬ ସ୍କୁଲ ବସ

କାଠମାଣ୍ଡୁ,୧୪।୪: କାଠମାଣ୍ଡୁରେ ଥିବା ଭାରତର ଦୂତାବାସ ନେପାଳର ବିଭିନ୍ନ ଜିଲାରେ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନକୁ ୩୫ ଟି ଆମ୍ବୁଲାନ୍ସ ଏବଂ ୬୬ ଟି ସ୍କୁଲ ବସ ଉପହାର ଦେଇଛନ୍ତି। ନେପାଳରେ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ନେପାଳର ଅର୍ଥମନ୍ତ୍ରୀ ବର୍ଷମାନ ପୁନଙ୍କ ଉପସ୍ଥିତିରେ ଗାଡ଼ି ଗୁଡିକର ଚାବି ହସ୍ତାନ୍ତର କରିଛନ୍ତି।
ଭାରତୀୟ ଦୂତାବାସ କହିଛି ଯେ ରବିବାର ହସ୍ତାନ୍ତର କରାଯାଇଥିବା ୧୦୧ ଟି ଯାନ ମଧ୍ୟରୁ ଦୁଇଟିକୁ ଭୂକମ୍ପ ପ୍ରଭାବିତ ଜାଜରକୋଟ ଏବଂ ପଶ୍ଚିମ ରୁକୁମ ଜିଲାକୁ ଦିଆଯାଇଛି। ଚାଲିଥିବା ବିଭିନ୍ନ ପ୍ରକଳ୍ପରେ ଭାରତର ସହାୟତାକୁ ନେପାଳର ଅର୍ଥମନ୍ତ୍ରୀ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି ଯେ ଏହା ନେପାଳ ଏବଂ ଭାରତ ମଧ୍ୟରେ ଲୋକଙ୍କ ମଧ୍ୟରେ ସମ୍ପର୍କ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। ଏହି ଗାଡି ହସ୍ତାନ୍ତର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲା ପୌରସଂସ୍ଥା ତଥା ଗ୍ରାମୀଣ ପୌରସଂସ୍ଥାର ମେୟର ତଥା ଚେୟାରମ୍ୟାନ ତଥା ହିତାଧିକାରୀ ସଂଗଠନର ପ୍ରତିନିଧି, ନେପାଳ ସରକାରଙ୍କ ଅଧିକାରୀ ତଥା ରାଜନୈତିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

The post ଉପହାର ସ୍ବରୂପ ନେପାଳକୁ ଭାରତ ଦେଲା ୩୫ ଆମ୍ବୁଲାନ୍ସ, ୬୬ ସ୍କୁଲ ବସ appeared first on Dharitri Odia News.