ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟଣା: ୩ ଗିରଫ
ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ମହମ୍ମଦ ସାଜିବ ଓରଫ ସାଜୁ ହତ୍ୟାାକାଣ୍ଡରେ ଶିଳ୍ପାଞ୍ଚଳ ପୋଲିସ ୩ ଅଭିଯୁକ୍ତଙ୍କ ଗିରଫ କରିଥିବା ଏସପି ଅବିନାଶ କୁମାର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ମୁକୁନ୍ଦପ୍ରସାଦ ପୋଡାସାହିର ବିଶ୍ବଜିତ ମହାରଣା(୧୯) ଓରଫ ମିକିନା, ମୁକେଶ ସେଠୀ ଓରଫ ଟିମର(୨୬) ଏବଂ ଜଗତସିଂହପୁର ଥାନା ଅନ୍ତର୍ଗତ କାଳିଆବରା ଗ୍ରାମର ଆଶିଷ ପଟ୍ଟନାୟକ(୧୯)। ବର୍ତ୍ତମାନ ସେ ମୁକୁନ୍ଦପ୍ରସାଦ ବଉଳସାହିର ବାସିନ୍ଦା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ […] The post ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟଣା: ୩ ଗିରଫ appeared first on Dharitri Odia News.
ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ମହମ୍ମଦ ସାଜିବ ଓରଫ ସାଜୁ ହତ୍ୟାାକାଣ୍ଡରେ ଶିଳ୍ପାଞ୍ଚଳ ପୋଲିସ ୩ ଅଭିଯୁକ୍ତଙ୍କ ଗିରଫ କରିଥିବା ଏସପି ଅବିନାଶ କୁମାର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ମୁକୁନ୍ଦପ୍ରସାଦ ପୋଡାସାହିର ବିଶ୍ବଜିତ ମହାରଣା(୧୯) ଓରଫ ମିକିନା, ମୁକେଶ ସେଠୀ ଓରଫ ଟିମର(୨୬) ଏବଂ ଜଗତସିଂହପୁର ଥାନା ଅନ୍ତର୍ଗତ କାଳିଆବରା ଗ୍ରାମର ଆଶିଷ ପଟ୍ଟନାୟକ(୧୯)। ବର୍ତ୍ତମାନ ସେ ମୁକୁନ୍ଦପ୍ରସାଦ ବଉଳସାହିର ବାସିନ୍ଦା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ ଅନ୍ୟ ସାମଗ୍ରୀ ଜବତ କରିଛି।
ଗତ ରବିବାର ସାଜୁ ବାଇକ ଧରି ଘରୁ ବାହାରି କୌଣସି କାମରେ ଯାଉଥିଲେ। ଚାଚେରା ଶବରସାହି ଛକରେ ଅଭିଯୁକ୍ତ ମାନେ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ। ସାଜୁ ସେଠାରୁ ଦୌଡି ଯାଇ ଏକ ବ୍ୟାରେଜରେ ପସିଯିବା ବେଳେ ଅଭିଯୁକ୍ତ ମାନେ ଖଣ୍ଡାରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲେ।
ସାଜୁଙ୍କ ହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ମୁକୁନ୍ଦପ୍ରସାଦ ଛକରେ ମୃତଦେହ ରଖି ଟାୟର ଜାଲି ରାସ୍ତାରୋକ କରିଥିଲେ। ଏପରିକି ଉତ୍ତେଜିତ ଲୋକେ ପୋଡାସାହି, ଦଧିବାମନ ସାହିରେ ଘରେ ପସି ଭଙ୍ଗାରୁଜା, ପୋଡାଜଳା, ବାଇକ ଭାଙ୍ଗିବା ସହ ମନ୍ଦିର ସିଂହ ଭାଙ୍ଗିବା, ଗୋଶାଳାରେ ଭଙ୍ଗାରୁଜା, ଗୋରୁଗାଈଙ୍କୁ ହାଣିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଡିଜିୱାଇଭି ଖୁରାନିଆ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲାପାଳ, ଏସ୍ପି ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି।
ଉପ ଜିଲାପାଳ ଦୀପ୍ତିରଞ୍ଜନ ସେଠୀ ମୁକୁନ୍ଦପ୍ରସାଦର ୫ଟି ୱାର୍ଡରେ ବିଏନ୍ଏସ୍ ୧୬୩ ଧାରା ଜାରି କରିଛନ୍ତି। ଏହା ବଳବତ୍ତର ରହିଛି। ଏହି ଧାରା ଅନୁସାରେ ଏହି ୫ଟି ୱାର୍ଡରେ ଔଷଧ ଦୋକାନକୁ ବାଦ ଦେଲେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି। ସମସ୍ତ ଛକରେ ପୋଲିସ ପଇଁତରା ମାରୁଛନ୍ତି, ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ପୋଲିସ ପାଟ୍ରୋଲିଂ ଚାଲିଛି। ସ୍ଥିତି ସ୍ବାଭାବିକ ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି।
The post ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟଣା: ୩ ଗିରଫ appeared first on Dharitri Odia News.