ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ହେଲା କାହିଁକି? କାରଣ କହିଲେ ଉପମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ରାଜ୍ୟରେ କିଭଳି ଅଧିକରୁ ଅଧିକ ଆଳୁ ଉତ୍ପାଦନ ହେବ। ଏଥିପାଇଁ ପୂର୍ବ ସରକାର ଆଳୁ ମିଶିନ ଆରମ୍ଭ କରିଥିଲେ। ହେଲେ ଏହି ମିଶନକୁ ନେଇ ସରକାରଙ୍କ ତରଫରୁ ଯେଉଁ ସବୁ କଥା କୁହାଯାଉଥିଲା ତାହା ହୋଇପାରିନାହିଁ । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହ ଦେଓ।  ସେ କହିଛନ୍ତି, ସେ ସମୟରେ ସରକାର କୃଷି ବିଭାଗକୁ ବିହନ ଦେଲନି। ଅକ୍ଟୋବର ବଦଳରେ ଜାନୁଆରୀରେ ବିହନ ଦିଆଯାଇଥିଲା। ଚାଷୀଙ୍କୁ ଭଲ ବିହନ ଵି ଯୋଗାଇ ଦିଆଯାଇନଥଲା। ତେଣୁ ଆଳୁ ମିଶିନ ଫେଲ୍ ହୋଇଛି। ରାଜ୍ୟରେ ଆଳୁ ସଙ୍କଟ ଦେଖାଦେବା ପରେ ବିଜେପି ସରକାର ଆଳୁ ଚାଷ ପାଇଁ ଯୋଜନା କରୁଛନ୍ତି। ଅଧିକରୁ ଅଧିକ ଶୀତଳଭଣ୍ଡାର ପାଇଁ ଯୋଜନା କରୁଛନ୍ତି। ସେହିପରି ଓୟୁଏଟି ଜମି କିପରି ବରମୁଣ୍ଡା ବସ ଷ୍ଟାଣ୍ଡକୁ ଗଲା ତାହା ତଦନ୍ତ ହେଲେ ଜଣା ପଡିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।

ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ହେଲା କାହିଁକି?  କାରଣ କହିଲେ  ଉପମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ରାଜ୍ୟରେ କିଭଳି ଅଧିକରୁ ଅଧିକ ଆଳୁ ଉତ୍ପାଦନ ହେବ। ଏଥିପାଇଁ ପୂର୍ବ ସରକାର ଆଳୁ ମିଶିନ ଆରମ୍ଭ କରିଥିଲେ। ହେଲେ ଏହି ମିଶନକୁ ନେଇ ସରକାରଙ୍କ ତରଫରୁ ଯେଉଁ ସବୁ କଥା କୁହାଯାଉଥିଲା ତାହା ହୋଇପାରିନାହିଁ । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହ ଦେଓ। 

ସେ କହିଛନ୍ତି, ସେ ସମୟରେ ସରକାର କୃଷି ବିଭାଗକୁ ବିହନ ଦେଲନି। ଅକ୍ଟୋବର ବଦଳରେ ଜାନୁଆରୀରେ ବିହନ ଦିଆଯାଇଥିଲା। ଚାଷୀଙ୍କୁ ଭଲ ବିହନ ଵି ଯୋଗାଇ ଦିଆଯାଇନଥଲା। ତେଣୁ ଆଳୁ ମିଶିନ ଫେଲ୍ ହୋଇଛି। ରାଜ୍ୟରେ ଆଳୁ ସଙ୍କଟ ଦେଖାଦେବା ପରେ ବିଜେପି ସରକାର ଆଳୁ ଚାଷ ପାଇଁ ଯୋଜନା କରୁଛନ୍ତି। ଅଧିକରୁ ଅଧିକ ଶୀତଳଭଣ୍ଡାର ପାଇଁ ଯୋଜନା କରୁଛନ୍ତି। ସେହିପରି ଓୟୁଏଟି ଜମି କିପରି ବରମୁଣ୍ଡା ବସ ଷ୍ଟାଣ୍ଡକୁ ଗଲା ତାହା ତଦନ୍ତ ହେଲେ ଜଣା ପଡିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।