ଟଳିଲା ବଡ ଧରଣର ମାଓ ବିସ୍ଫୋରଣ ଯୋଜନା ; ଉଦ୍ଧାର ହେଲା ୨ ଲ୍ୟାଣ୍ଡମାଇନ୍, ୫୦ ଆଇଇଡି
କନକ ବ୍ୟୁରୋ: ମାଓବାଦୀଙ୍କ ବଡ଼ ବିସ୍ଫୋରଣ ଉଦ୍ୟମ ପଣ୍ଡ। ଛତିଶଗଡ଼ ଦନ୍ତେୱାଡାରେ ମାଟି ତଳୁ ଉଦ୍ଧାର ହୋଇଛି ୨ଟି ଲ୍ୟାଣ୍ଡମାଇନ୍ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯବାନ। ଲାଲବାହିନୀ ଦନ୍ତେୱାଡ଼ାର ଆରଣପୁର ଅଞ୍ଚଳରେ ମାଟି ତଳେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ତେବେ ଯବାନମାନେ କୌଣସି ସୂତ୍ରରୁ ଖବର ପାଇ ୨ଟି ଲ୍ୟାଣ୍ଡମାଇନ୍ ଜବତ କରିଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ବୋମା ନିଷ୍କ୍ରିୟ କରିଥିଲେ।..ସେହିପରି ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡାରୁ ୫୦ କିଲୋ ଓଜନର ଆଇଇଡି ଠାବ ହୋଇଛି । ବାସାଗୁଡା ଦୁର୍ଗା ମନ୍ଦିର ପୋଲ ତଳେ ଖଞ୍ଜା ହୋଇଥିଲା ବୋମା। ଯାହାକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ଯବାନ। ବିସ୍ଫୋରଣ ପରେ ରାସ୍ତା ଉପରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ନିକଟ ଅତିତରେ ଛତିଶଗଡ ସୀମାରେ ଆଇଇଡି ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ଯାଇଥିଲା ଏକାଧିକ ଯବାନଙ୍କ ଜୀବନ। ଏପରି ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେ, ସେନା ଗାଡିର ସତ୍ତା ନଥିବାବେଳେ ଯବାନ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଏହାପରେ ସେଠାରେ ଲଗାତାର ସର୍ଚ୍ଚ ଅପରେସନ୍ ହୋଇଆସୁଛି।
କନକ ବ୍ୟୁରୋ: ମାଓବାଦୀଙ୍କ ବଡ଼ ବିସ୍ଫୋରଣ ଉଦ୍ୟମ ପଣ୍ଡ। ଛତିଶଗଡ଼ ଦନ୍ତେୱାଡାରେ ମାଟି ତଳୁ ଉଦ୍ଧାର ହୋଇଛି ୨ଟି ଲ୍ୟାଣ୍ଡମାଇନ୍ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯବାନ। ଲାଲବାହିନୀ ଦନ୍ତେୱାଡ଼ାର ଆରଣପୁର ଅଞ୍ଚଳରେ ମାଟି ତଳେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ତେବେ ଯବାନମାନେ କୌଣସି ସୂତ୍ରରୁ ଖବର ପାଇ ୨ଟି ଲ୍ୟାଣ୍ଡମାଇନ୍ ଜବତ କରିଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ବୋମା ନିଷ୍କ୍ରିୟ କରିଥିଲେ।..ସେହିପରି
ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡାରୁ ୫୦ କିଲୋ ଓଜନର ଆଇଇଡି ଠାବ ହୋଇଛି । ବାସାଗୁଡା ଦୁର୍ଗା ମନ୍ଦିର ପୋଲ ତଳେ ଖଞ୍ଜା ହୋଇଥିଲା ବୋମା। ଯାହାକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ଯବାନ। ବିସ୍ଫୋରଣ ପରେ ରାସ୍ତା ଉପରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ନିକଟ ଅତିତରେ ଛତିଶଗଡ ସୀମାରେ ଆଇଇଡି ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ଯାଇଥିଲା ଏକାଧିକ ଯବାନଙ୍କ ଜୀବନ। ଏପରି ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେ, ସେନା ଗାଡିର ସତ୍ତା ନଥିବାବେଳେ ଯବାନ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଏହାପରେ ସେଠାରେ ଲଗାତାର ସର୍ଚ୍ଚ ଅପରେସନ୍ ହୋଇଆସୁଛି।