ପୂର୍ବତନ ଅବକାରୀ ଡେପୁଟି କମିଶନରଙ୍କୁ ୨ ବର୍ଷ ଜେଲ
କଟକ,୭ା୧୨(କାର୍ତ୍ତିକ ସାହୁ)- ସମ୍ବଲପୁର ନର୍ଥ ଡିଭିଜନର ପୂର୍ବତନ ଡେପୁଟି କମିଶନର ସ୍ବୟଂମ୍ଭୁ ପ୍ରସାଦ ମିଶ୍ର କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଶନିବାର ଦଣ୍ଡିତ ହୋଇଛନ୍ତି। ଅଦାଲତ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ଦଣ୍ଡାଦେଶ କରିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ନାମରେ ଓଡ଼ିଶା ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ତାଙ୍କର ପେନ୍ସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ଏବେ ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ପହଞ୍ଚିବ ବୋଲି […] The post ପୂର୍ବତନ ଅବକାରୀ ଡେପୁଟି କମିଶନରଙ୍କୁ ୨ ବର୍ଷ ଜେଲ appeared first on Dharitri Odia News.
କଟକ,୭ା୧୨(କାର୍ତ୍ତିକ ସାହୁ)- ସମ୍ବଲପୁର ନର୍ଥ ଡିଭିଜନର ପୂର୍ବତନ ଡେପୁଟି କମିଶନର ସ୍ବୟଂମ୍ଭୁ ପ୍ରସାଦ ମିଶ୍ର କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଶନିବାର ଦଣ୍ଡିତ ହୋଇଛନ୍ତି। ଅଦାଲତ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ଦଣ୍ଡାଦେଶ କରିଛନ୍ତି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ନାମରେ ଓଡ଼ିଶା ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ତାଙ୍କର ପେନ୍ସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ଏବେ ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ପହଞ୍ଚିବ ବୋଲି ସୂଚନା ଦେଇଛି। ଭିଜିଲାନ୍ସର ପୂର୍ବତନ ଇନ୍ସପେକ୍ଟର ଏମ୍.ଡି. ବରାଳ ମାମଲାର ତଦନ୍ତ କରିଥିଲେ। ସ୍ପେଶାଲ ପିପି ବୀରେନ୍ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।
The post ପୂର୍ବତନ ଅବକାରୀ ଡେପୁଟି କମିଶନରଙ୍କୁ ୨ ବର୍ଷ ଜେଲ appeared first on Dharitri Odia News.