ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର

ୱାଶିଂଟନ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର ରୋଗ ହୋଇଛି। ଜୋ ବିଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ରୋଗର ଏକ ସାଙ୍ଘାତିକ ରୂପ ଚିହ୍ନଟ କରାଯାଇଛି। ଏହି ରୋଗ ତାଙ୍କ ଶରୀରରେ ବହୁତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଚିନ୍ତାଜନକ କଥା ହେଉଛି ଯେ କର୍କଟ ତାଙ୍କ ହାଡ଼କୁ ବ୍ୟାପି ସାରିଛି। ଜୋ ବାଇଡେନଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି। ଏହି ଖବର ତାଙ୍କ ସମର୍ଥକମାନଙ୍କ ପାଇଁ ଏକ ବଡ଼ ଝଟକା ଭଳି। ଜୋ ବିଡେନଙ୍କୁ ୮୨ […] The post ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର appeared first on Odisha.News.

ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର

ୱାଶିଂଟନ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର ରୋଗ ହୋଇଛି। ଜୋ ବିଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ରୋଗର ଏକ ସାଙ୍ଘାତିକ ରୂପ ଚିହ୍ନଟ କରାଯାଇଛି। ଏହି ରୋଗ ତାଙ୍କ ଶରୀରରେ ବହୁତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଚିନ୍ତାଜନକ କଥା ହେଉଛି ଯେ କର୍କଟ ତାଙ୍କ ହାଡ଼କୁ ବ୍ୟାପି ସାରିଛି। ଜୋ ବାଇଡେନଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି।

ଏହି ଖବର ତାଙ୍କ ସମର୍ଥକମାନଙ୍କ ପାଇଁ ଏକ ବଡ଼ ଝଟକା ଭଳି। ଜୋ ବିଡେନଙ୍କୁ ୮୨ ବର୍ଷ ବୟସ ହୋଇଛି। କାର୍ଯ୍ୟାଳୟର ବିବୃତ୍ତି ଅନୁସାରେ, ଜୋ ବିଡେନଙ୍କ ପରିସ୍ରା ସମସ୍ୟା ଥିଲା। ଏଥିପାଇଁ ସେ ଶୁକ୍ରବାର ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଯେତେବେଳେ ଡାକ୍ତରୀ ଯାଞ୍ଚ ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଜୋ ବିଡେନଙ୍କ ପରିସ୍ରା ଲକ୍ଷଣ ଦେଖାଦେବା ପରେ ଡାକ୍ତରମାନେ ନିଶ୍ଚିତ କରିଥିଲେ ଯେ ତାଙ୍କୁ ପ୍ରୋଷ୍ଟେଟ୍ କର୍କଟ ହୋଇଛି। ପ୍ରୋଷ୍ଟେଟ୍ କର୍କଟ ରୋଗ ନିର୍ଣ୍ଣୟ ହେବା ପରେ ଜୋ ବିଡେନ୍ ଏବଂ ତାଙ୍କ ପରିବାର ଡାକ୍ତରଙ୍କ ସହ ଚିକିତ୍ସା ବିକଳ୍ପଗୁଡ଼ିକ ବିଷୟରେ ଆଲୋଚନା କରୁଛନ୍ତି। ବିଡେନଙ୍କ ରୋଗ ଅଧିକ ବଢ଼ିଯାଇଛି। ଏପରିକି ତାଙ୍କ ହାଡକୁ ବ୍ୟାପିଥିବା କୁହାଯାଉଛି।

ବାଇଡେନଙ୍କ ପ୍ରୋଷ୍ଟେଟ କର୍କଟ ରୋଗ ଖବର ଶୁଣି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦୁଃଖି ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଲେଖିଛନ୍ତି, ‘ମେଲାନିଆ ଏବଂ ମୁଁ … ଜୋ ବିଡେନଙ୍କ ସାମ୍ପ୍ରତିକ ମେଡିକାଲ୍ ରିପୋର୍ଟ ବିଷୟରେ ଶୁଣି ଦୁଃଖିତ।’ ଆମେ ଜୋ ବିଡେନଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରୁଛୁ।

The post ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର appeared first on Odisha.News.