ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ KISSକୁ ବଡ଼ ଝଟକା
ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଗଡ଼ବଡ଼ ସାମ୍ରାଜ୍ୟକୁ ବଳ ଦେବା ପାଇଁ ବିଜେଡିରେ ସାମିଲ ହୋଇଥିଲେ ଅଚ୍ୟୁତ ସାମନ୍ତ ? ଆଇନକୁ ମୋଡ଼ି ମକଚି ବାବୁଙ୍କୁ ହାତ କରି ପାଇଛନ୍ତି ନବୀନ ସରକାରଙ୍କ ଅହେତୁକ ଅନୁକମ୍ପା ? ଆଦିବାସୀଙ୍କ ମସିହା କୁହାଯାଉଥିବା ଅଚ୍ୟୁତ ଜନଜାତି ଅନୁଷ୍ଠାନ ନାଁରେ ଛିଡ଼ା କରିଛନ୍ତି କି ବେଆଇନ ସାମ୍ରାଜ୍ୟ ? ବର୍ଷ ବର୍ଷ ଧରି କାହିଁକି ଏନଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ନବୀନ ସରକାର ? ଏଥିପାଇଁ ଅସାଧୁ ସହାୟତା ଯୋଗାଇ ଦେଇଥିଲେ କେଉଁ ବାବୁ, କେଉଁ ଅଫିସର ? ରାଜ୍ୟର ନୂଆ ସରକାର କରିବେ ତଦନ୍ତ। ଫସି ଯାଇପାରନ୍ତି ଅଚ୍ୟୁତ ସାମନ୍ତ !