ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ
କଳାହାଣ୍ଡି : ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲରେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ଧନେଶ୍ୱର ମାଝୀ । ଆଜି ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କେସିଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ତବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭.୪୦ ମିନିଟରେ ତାଙ୍କର ପରଲୋକ ଘଟିଥିଲା […]

କଳାହାଣ୍ଡି : ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲରେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ଧନେଶ୍ୱର ମାଝୀ । ଆଜି ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କେସିଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ତବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭.୪୦ ମିନିଟରେ ତାଙ୍କର ପରଲୋକ ଘଟିଥିଲା । ଧନେଶ୍ବରଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।
୧୯୪୧ ମସିହା ଜୁଲାଇ ୫ ତାରିଖରେ ଧନେଶ୍ୱର ମାଝୀଙ୍କ ଜନ୍ମ । ପରେ ପରେ ଛାତ୍ର ଜୀବନରୁ ରାଜନୀତି ପ୍ରତି ଥିଲା ଧନେଶ୍ୱର ମାଝୀଙ୍କ ରୁଚି । ଯାହାକି ତାଙ୍କୁ ଜନତା ଦଳରେ ମିଶି ସାମିଲ ହେବାକୁ ବାଧ୍ୟ କରିଥିଲା। ଏପିରିକି ଧନେଶ୍ୱର ୧୯୭୮ରୁ ୧୯୮୪ ମସିହା ଯାଏଁ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ନର୍ଲା ଏବଂ କେସିଙ୍ଗା ବିଧାନସଭା ଆସନରୁ ୧୯୭୧, ୧୯୭୪, ୨୦୦୦, ୨୦୦୪, ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ନିକଟରେ ସେ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।