ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝୀଙ୍କ ପରଲୋକ: ରାଜନୈତିକ ମହଲରେ ଶୋକ
ରାୟଗଡ଼ା,୫।୧୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଜିଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ ଓରଫ ପପୁ ମାଝୀ (୪୫)ଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମାଝୀ ଗତ କିଛି ମାସ ହେବ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସ୍ତ୍ରୀ ମମତା ମାଝୀ, ଭଉଣୀ ଅନସୂୟା ମାଝୀ ଓ ଭାଇ ଦୀପୁ ମାଝୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିବା ଜଣାପଡିଛି। […] The post ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝୀଙ୍କ ପରଲୋକ: ରାଜନୈତିକ ମହଲରେ ଶୋକ appeared first on Dharitri Odia News.
ରାୟଗଡ଼ା,୫।୧୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଜିଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ ଓରଫ ପପୁ ମାଝୀ (୪୫)ଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମାଝୀ ଗତ କିଛି ମାସ ହେବ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସ୍ତ୍ରୀ ମମତା ମାଝୀ, ଭଉଣୀ ଅନସୂୟା ମାଝୀ ଓ ଭାଇ ଦୀପୁ ମାଝୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିବା ଜଣାପଡିଛି।
ସେ କଂଗ୍ରେସର ପୂର୍ବତନ ଟାଣୁଆ ନେତା ତଥା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ସ୍ବର୍ଗତ ଅନନ୍ତରାମ ମାଝୀଙ୍କ ବଡ଼ ପୁଅ। ଅନନ୍ତରାମ ମୃତ୍ୟୁବରଣ କରିବା ପରେ ଉପନିର୍ବାଚନରେ ପୂର୍ଣ୍ଣ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ପୂର୍ଣ୍ଣଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।
The post ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝୀଙ୍କ ପରଲୋକ: ରାଜନୈତିକ ମହଲରେ ଶୋକ appeared first on Dharitri Odia News.