ପୂର୍ବତନ ବିଧାୟକଙ୍କ ଅଞ୍ଚଳ ଗସ୍ତ
କଳାହାଣ୍ଡି,୨୩/୦୩-ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଆଜି ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରି ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ ବ୍ଲକର ପାହାଡ଼ପଦର ପଂଚାୟତର ବୋରପଦର, ପଟାଙ୍ଗପଦର, ପୁଞ୍ଜାମ, ଜିରାଗାଁ, କାଞ୍ଚନମୁହିଁ ଗାଁ ଗସ୍ତ କରିବା ସହିତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଶ୍ରୀ ମାଝୀ ଲାଞ୍ଜି ପଂଚାୟତର ସିନ୍ଧିପଦର, ଲାଖବାହାଲି ପଂଚାୟତର ତାଲବୋରା ଆଦି ଗସ୍ତ କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି […] The post ପୂର୍ବତନ ବିଧାୟକଙ୍କ ଅଞ୍ଚଳ ଗସ୍ତ appeared first on Odisha.News.

କଳାହାଣ୍ଡି,୨୩/୦୩-ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଆଜି ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରି ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ ବ୍ଲକର ପାହାଡ଼ପଦର ପଂଚାୟତର ବୋରପଦର, ପଟାଙ୍ଗପଦର, ପୁଞ୍ଜାମ, ଜିରାଗାଁ, କାଞ୍ଚନମୁହିଁ ଗାଁ ଗସ୍ତ କରିବା ସହିତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଶ୍ରୀ ମାଝୀ ଲାଞ୍ଜି ପଂଚାୟତର ସିନ୍ଧିପଦର, ଲାଖବାହାଲି ପଂଚାୟତର ତାଲବୋରା ଆଦି ଗସ୍ତ କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ଶ୍ରୀ ମାଝୀଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ଅନୁସୂଚିତ ଜାତି ବିଭାଗ ସଭାପତି କୁମରମଣି ନାଏକ, ପାହାଡ଼ପଦର ପଂଚାୟତ ସଭାପତି ସୁଦର୍ଶନ ଦୁର୍ଗାଙ୍କ ସହିତ ଅନ୍ୟ କଂଗ୍ରେସ ନେତାମାନେ ସାମିଲ ଥିଲେ। ବିଭିନ୍ନ ସ୍ଥାନରେ ପୂର୍ବତନ ବିଧାୟକ ଶ୍ରୀ ମାଝୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନାଯୋଗ୍ୟ, ବଳଭଦ୍ର ମାଝୀ ଏବେ କଂଗ୍ରେସ ଦଳରୁ ବିଧାୟକ ଆଶାୟୀ ହୋଇଥିବାବେଳେ ନିଜ ସମର୍ଥନରେ ସେ କ୍ଷେତ୍ର ପରିଭ୍ରମଣ କରୁଥିବା ଜଣାପଡ଼ିଛି।
The post ପୂର୍ବତନ ବିଧାୟକଙ୍କ ଅଞ୍ଚଳ ଗସ୍ତ appeared first on Odisha.News.