ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ
ହାଇଦ୍ରାବାଦ୍,୧୨।୭: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀ, ତତ୍କାଳୀନ ସିଆଇଡି ମୁଖ୍ୟ ପିଭି ସୁନୀଲ କୁମାର ଏବଂ ତାଙ୍କ ଗୁପ୍ତଚର ମୁଖ୍ୟ ପିଏସଆର ଅଞ୍ଜାନେଇଲୁଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି। ବିଧାୟକ ରଘୁରାମ କୃଷ୍ଣମ ରାଜୁଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ପୋଲିସ ଏଫଆଇଆର ରୁଜୁ କରିଛି। ସେ ଅଭିଯୋଗ କରିଛନ୍ତି, ତାଙ୍କୁ ସିଆଇଡି ଅଫିସରେ ଏକ ବେଲ୍ଟ ଓ ବାଡ଼ିରେ ମାରପିଟ୍ କରାଯାଇଥିଲା। ରଘୁରାମ କୃଷ୍ଣମ ରାଜୁ କହିଛନ୍ତି, ତାଙ୍କୁ ୨୦୨୧ରେ […] The post ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ appeared first on Dharitri Odia News.
ହାଇଦ୍ରାବାଦ୍,୧୨।୭: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀ, ତତ୍କାଳୀନ ସିଆଇଡି ମୁଖ୍ୟ ପିଭି ସୁନୀଲ କୁମାର ଏବଂ ତାଙ୍କ ଗୁପ୍ତଚର ମୁଖ୍ୟ ପିଏସଆର ଅଞ୍ଜାନେଇଲୁଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି।
ବିଧାୟକ ରଘୁରାମ କୃଷ୍ଣମ ରାଜୁଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ପୋଲିସ ଏଫଆଇଆର ରୁଜୁ କରିଛି। ସେ ଅଭିଯୋଗ କରିଛନ୍ତି, ତାଙ୍କୁ ସିଆଇଡି ଅଫିସରେ ଏକ ବେଲ୍ଟ ଓ ବାଡ଼ିରେ ମାରପିଟ୍ କରାଯାଇଥିଲା।
ରଘୁରାମ କୃଷ୍ଣମ ରାଜୁ କହିଛନ୍ତି, ତାଙ୍କୁ ୨୦୨୧ରେ ହାଇଦ୍ରାବାଦରେ ସିଆଇଡି ଅଧିକାରୀମାନେ ଗିରଫ କରିଥିଲେ। ଏହା ପରେ ସେ ହାଇଦ୍ରାବାଦର ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହୋଇ ନ ଥିଲେ ଏବଂ ଟ୍ରାଞ୍ଜିଟ ଗିରଫ ୱାରେଣ୍ଟ ମିଳି ନ ଥିଲା। ତା’ପରେ ମୋତେ ସିଆଇଡି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏଠାରେ ମୋତେ ମାଡ଼ ଦିଆଯାଇଥିଲା।
The post ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ appeared first on Dharitri Odia News.