ପୂର୍ବତନ ରଣଜୀ ଖେଳାଳି ଶୁଭାଶିଷ ଭୂୟାଁଙ୍କ ପରଲୋକ
ଭୁବନେଶ୍ୱର, ୭।୨ (ତପନ ସ୍ବାଇଁ): ପୂର୍ବତନ ରଣଜୀ ଟ୍ରଫି ଖେଳାଳି ତଥା ଓଡ଼ିଶା ସିନିୟର କ୍ରିକେଟ ଦଳର ଚୟନକର୍ତ୍ତା ଶୁଭାଶିଷ ଭୂୟାଁଙ୍କର ସୋମବାର ରାତିରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା l ତାଙ୍କ ପୁଅ ଆଦିଲ ଭୂୟାଁ, ବଡଭାଇ ଶୁଭଞ୍ଜନ ଭୂୟାଁ ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ l ଶୁଭାଶିଷ ଓଡ଼ିଶା ପ୍ରଧାନ ମହାଲେଖାକାର(ଅଡିଟ-୧)ରେ ପର୍ଯ୍ୟବେକ୍ଷକ ଭାବେ […] The post ପୂର୍ବତନ ରଣଜୀ ଖେଳାଳି ଶୁଭାଶିଷ ଭୂୟାଁଙ୍କ ପରଲୋକ appeared first on Dharitri Odia News.
ଭୁବନେଶ୍ୱର, ୭।୨ (ତପନ ସ୍ବାଇଁ): ପୂର୍ବତନ ରଣଜୀ ଟ୍ରଫି ଖେଳାଳି ତଥା ଓଡ଼ିଶା ସିନିୟର କ୍ରିକେଟ ଦଳର ଚୟନକର୍ତ୍ତା ଶୁଭାଶିଷ ଭୂୟାଁଙ୍କର ସୋମବାର ରାତିରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା l ତାଙ୍କ ପୁଅ ଆଦିଲ ଭୂୟାଁ, ବଡଭାଇ ଶୁଭଞ୍ଜନ ଭୂୟାଁ ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ l ଶୁଭାଶିଷ ଓଡ଼ିଶା ପ୍ରଧାନ ମହାଲେଖାକାର(ଅଡିଟ-୧)ରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ଓଡ଼ିଶା ଏଜି କ୍ରିକେଟ ଦଳରେ ଜଣେ ଅଲରାଉଣ୍ଡର ଖେଳାଳି, ମ୍ୟାନେଜର ଭାବେ ସର୍ବଭାରତୀୟ ଅଡିଟ ଓ ଆକାଉଣ୍ଟସ ଟୁର୍ନାମେଣ୍ଟରେ ଭାଗ ନେଇଥିଲେ। ତାଙ୍କ ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏଶନ, ଏଜି ଏବଂ ରାଜ୍ୟ କ୍ରୀଡ଼ା ଜଗତରେ ଗଭୀର ଶୋକପ୍ରକାଶ ପାଇଛି।
The post ପୂର୍ବତନ ରଣଜୀ ଖେଳାଳି ଶୁଭାଶିଷ ଭୂୟାଁଙ୍କ ପରଲୋକ appeared first on Dharitri Odia News.