ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ହତ୍ୟା, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସୂଚନା
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ଲୋମହର୍ଷକ ଘଟଣା ଘଟିଛି ରାମପୁର ଥାନା... The post ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ହତ୍ୟା, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସୂଚନା appeared first on .
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ଲୋମହର୍ଷକ ଘଟଣା ଘଟିଛି ରାମପୁର ଥାନା ପଣ୍ଡରାପାଳି ଗ୍ରାମରେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ଗଜବନ୍ଦ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ବାସନ୍ତୀ ଖେତିଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗଜବନ୍ଦ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ବଲ୍ଲଭ ଖେତି କୌଣସି କାମ ସାରି ଘରକୁ ଫେରୁଥିବା ବେଳେ ପଣ୍ଡରାପାଳି ନିକଟରେ ଚାରି ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରି ଚମ୍ପଟ ମାରିଥିଲେ l ପରିବାର ଲୋକଙ୍କ କହିବା ଅନୁସାରେ କାଣ୍ଡ ଭିଆଇଥିବା ଦୁର୍ବୃତ୍ତ ଓ ମୃତ ପୂର୍ବତନ ସରପଞ୍ଚଙ୍କ ମଧ୍ୟ ରେ ଜମିବାଡିକୁ କେନ୍ଦ୍ର କରି ଅନେକବାର ଗଣ୍ଡଗୋଳ ହୋଇଆସୁଥିଲା l ଏହାକୁ ନେଇ ଦୁର୍ବୃତ୍ତମାନେ ହତ୍ୟାକାଣ୍ଡ ଘଟlଇଥିବା କୁହାଯାଇଛି। ରାମପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି l
The post ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ହତ୍ୟା, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସୂଚନା appeared first on .