ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌ ଖାନୱିଲକର ଲୋକପାଳ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‌ ଖାନୱିଲକରଙ୍କୁ ଲୋକପାଳ ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ୨୭ ମେ ୨୦୨୨ରେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ବୋଷ ଦାୟିତ୍ୱରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ସେବେଠାରୁ ଲୋକପାଳର ନ୍ୟାୟିକ ସଦସ୍ୟ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟବାହକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ। ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଅଜୟ ମାଣିକରାୱ ଖାନୱିଲକରଙ୍କୁ ଲୋକପାଳ ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ ଖାନିୱିଲକର ୨୦୨୨ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ। ପଢ଼ନ୍ତୁ-ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଲାଗୁ ହେବ CAA, ଆବେଦନ ପାଇଁ ଅନଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ ପ୍ରକାଶିତ ବିଜ୍ଞୁପ୍ତି ଅନୁସାରେ, ଲୋକପାଳ ଅଧ୍ୟକ୍ଷ ସହିତ ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଲିଙ୍ଗପ୍ପା ନାରାୟଣ ସ୍ୱାମୀ, ସଞ୍ଜୟ ଯାଦବ ଏବଂ ଋତୁରାଜ ଅବସ୍ତିଙ୍କୁ ମଧ୍ୟ ନିଯୁକ୍ତ ଦିଆଯାଇଛି। ସେହିପରି ସୁଶୀଲ ଚନ୍ଦ୍ର, ପଙ୍କଜ କୁମାର ଏବଂ ଅଜୟ ତିର୍କିଙ୍କୁ ଲୋକପାଳର ଅଣନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ବିଚାରପତିମାନେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ନିଯୁକ୍ତିକାର୍ଯ୍ୟକାରୀ ହେବ। ଲୋକପାଳରେ କେତେ ସ

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌ ଖାନୱିଲକର ଲୋକପାଳ ଅଧ୍ୟକ୍ଷ ନିଯୁକ୍ତ

Justice AM Khanwilkar appointed Lokpal

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‌ ଖାନୱିଲକରଙ୍କୁ ଲୋକପାଳ ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ୨୭ ମେ ୨୦୨୨ରେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ବୋଷ ଦାୟିତ୍ୱରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ସେବେଠାରୁ ଲୋକପାଳର ନ୍ୟାୟିକ ସଦସ୍ୟ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟବାହକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ।

ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଅଜୟ ମାଣିକରାୱ ଖାନୱିଲକରଙ୍କୁ ଲୋକପାଳ ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ ଖାନିୱିଲକର ୨୦୨୨ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ।

ପଢ଼ନ୍ତୁ-ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଲାଗୁ ହେବ CAA, ଆବେଦନ ପାଇଁ ଅନଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ

ପ୍ରକାଶିତ ବିଜ୍ଞୁପ୍ତି ଅନୁସାରେ, ଲୋକପାଳ ଅଧ୍ୟକ୍ଷ ସହିତ ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଲିଙ୍ଗପ୍ପା ନାରାୟଣ ସ୍ୱାମୀ, ସଞ୍ଜୟ ଯାଦବ ଏବଂ ଋତୁରାଜ ଅବସ୍ତିଙ୍କୁ ମଧ୍ୟ ନିଯୁକ୍ତ ଦିଆଯାଇଛି। ସେହିପରି ସୁଶୀଲ ଚନ୍ଦ୍ର, ପଙ୍କଜ କୁମାର ଏବଂ ଅଜୟ ତିର୍କିଙ୍କୁ ଲୋକପାଳର ଅଣନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ବିଚାରପତିମାନେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ନିଯୁକ୍ତିକାର୍ଯ୍ୟକାରୀ ହେବ।

ଲୋକପାଳରେ କେତେ ସଦସ୍ୟ ଥାନ୍ତି ?

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଚୟନ କମିଟିର ସୁପାରିଶ ଆଧାରରେ ଲୋକପାଲର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତ କରାଯାଇଥାଏ। ଜଣେ ଅଧ୍ୟକ୍ଷଙ୍କ ବ୍ୟତୀତ ଲୋକପାଳରେ ଚାରିଜଣ ନ୍ୟାୟିକ ଏବଂ ଅଣ-ନ୍ୟାୟିକ ସଦସ୍ୟ ରହିପାରିବେ।

The post ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌ ଖାନୱିଲକର ଲୋକପାଳ ଅଧ୍ୟକ୍ଷ ନିଯୁକ୍ତ appeared first on Prameya News7.