ପୂର୍ବରୁ ମୂଲ ମଜୁରୀ ଲାଗୁଥିଲେ । ଏବେ ପୋଟଳ ଚାଷ କରି ଲକ୍ଷପତି ।
କନକ ବ୍ୟୁରୋ: ବନାଞ୍ଚଚଳରେ ପୋଟଳ ଦେଇଛି ଜୀବିକା । ପୋଟଳ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ । ଦିନେ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିଲେ । ପାରମ୍ପରିକ ଚାଷ କରିବା ସହ ମୂଲ ମଜୁରୀ ଲାଗୁଥିଲେ । ଏବେ ପୋଟଳ ଚାଷ କରି ପରିଚିତ ହୋଇପାରିଛନ୍ତି ସମ୍ବଲପୁର ଗଡଲୋଇସିଂ ଗାଁର ଚାଷୀ । ହୀରାକୁଦ ନଦୀବନ୍ଧ ପାଇଁ ବିସ୍ଥାପନ ହୋଇ ଏମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଗାଇ ଗୋରୁ ଚରାଇବା ସହ ବଂଚିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିଲେ। କାଁ ଭାଁ ଚାଷ କରିବା ଫଳରେ ଗୁଜୁରାଣ ମେଣ୍ଟାଇବା ମୁସ୍କିଲ ହୋଇ ପଡୁଥିଲା । ହେଲେ ଏବେ ବନବିଭାଗର ସହାୟତାରେ ପୋଟଳ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ତେବେ ପୋଟଳ ଚାଷ ପାଇଁ ବନାଂଚଳରେ ବନବିଭାଗ ମଧ୍ୟ ଅନେକ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହଯୋଗ ଯୋଗାଇ ଆସୁଛି । ଜଙ୍ଗଲ ମଝିରେ ଓ୍ବାଟର ସେ଼ଡ୍ କରିବା ଫଳରେ ପୋଟଳ ଚାଷରେ ପାଣିର ଅଭାବ ରହୁନାହିଁ । ଓ୍ବାଟର ସେଡରୁ ପାଣି ଆଣି ଚାଷୀ ନିଜର ଚାଷ କରିପାରୁଛି । ଫଳରେ ବନ ବିଭାଗ ମଧ୍ୟ ସବୁ କ୍ଷେତ୍ରରେ ଚାଷୀଙ୍କୁ ସହଯୋଗର ହାତ ବଢାଉଛି । ଦିନକୁ ଦିନ ପରିବାର ଦର ଆକାଶ ଛୁଆଁ । ବଜାରରେ ସବୁ ପରିବା ଦର ପ୍ରାୟ ୫୦ ଉପରେ । ଏଭଳି ସ୍ଥିତିରେ ପୋଟଳ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ସମ୍ବଲପୁରର ଚାଷୀ । ସେମାନଙ୍କ ଏଭଳି ଉଦ୍ୟମ

କନକ ବ୍ୟୁରୋ: ବନାଞ୍ଚଚଳରେ ପୋଟଳ ଦେଇଛି ଜୀବିକା । ପୋଟଳ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ । ଦିନେ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିଲେ । ପାରମ୍ପରିକ ଚାଷ କରିବା ସହ ମୂଲ ମଜୁରୀ ଲାଗୁଥିଲେ । ଏବେ ପୋଟଳ ଚାଷ କରି ପରିଚିତ ହୋଇପାରିଛନ୍ତି ସମ୍ବଲପୁର ଗଡଲୋଇସିଂ ଗାଁର ଚାଷୀ ।
ହୀରାକୁଦ ନଦୀବନ୍ଧ ପାଇଁ ବିସ୍ଥାପନ ହୋଇ ଏମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଗାଇ ଗୋରୁ ଚରାଇବା ସହ ବଂଚିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିଲେ। କାଁ ଭାଁ ଚାଷ କରିବା ଫଳରେ ଗୁଜୁରାଣ ମେଣ୍ଟାଇବା ମୁସ୍କିଲ ହୋଇ ପଡୁଥିଲା । ହେଲେ ଏବେ ବନବିଭାଗର ସହାୟତାରେ ପୋଟଳ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ।
ତେବେ ପୋଟଳ ଚାଷ ପାଇଁ ବନାଂଚଳରେ ବନବିଭାଗ ମଧ୍ୟ ଅନେକ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହଯୋଗ ଯୋଗାଇ ଆସୁଛି । ଜଙ୍ଗଲ ମଝିରେ ଓ୍ବାଟର ସେ଼ଡ୍ କରିବା ଫଳରେ ପୋଟଳ ଚାଷରେ ପାଣିର ଅଭାବ ରହୁନାହିଁ । ଓ୍ବାଟର ସେଡରୁ ପାଣି ଆଣି ଚାଷୀ ନିଜର ଚାଷ କରିପାରୁଛି । ଫଳରେ ବନ ବିଭାଗ ମଧ୍ୟ ସବୁ କ୍ଷେତ୍ରରେ ଚାଷୀଙ୍କୁ ସହଯୋଗର ହାତ ବଢାଉଛି ।
ଦିନକୁ ଦିନ ପରିବାର ଦର ଆକାଶ ଛୁଆଁ । ବଜାରରେ ସବୁ ପରିବା ଦର ପ୍ରାୟ ୫୦ ଉପରେ । ଏଭଳି ସ୍ଥିତିରେ ପୋଟଳ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ସମ୍ବଲପୁରର ଚାଷୀ । ସେମାନଙ୍କ ଏଭଳି ଉଦ୍ୟମ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛି ।