ଓ୍ବକ୍‌ଫ ବିଲ୍‌: ସୁପ୍ରିମକୋର୍ଟ ଯିବ ଡିଏମ୍‌କେ

ନୂଆଦିଲ୍ଲୀ,୩।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ ଦୃଢ଼ ବିରୋଧ କରିବା ସହ ଏହା ବିରୋଧରେ ତାଙ୍କ ଦଳ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିବ ବୋଲି କହିଛନ୍ତି। ବୁଧବାର ଲୋକ ସଭାରେ ଓ୍ବକ୍‌ଫ ବିଲ୍‌ ଗୃହୀତ ହୋଇଥିବା ବେଳେ ଗୁରୁବାର ତାମିଲନାଡୁ ବିଧାନସଭାରେ ଡିଏମ୍‌କେ ଏବଂ ଏହାର ସହଯୋଗୀ ଦଳର ସଦସ୍ୟମାନେ ଏହାକୁ ବିରୋଧ କରି କଳା ବ୍ୟାଜ୍‌ ପରିଧାନ କରିଥିଲେ। କେନ୍ଦ୍ର ସରକାର ଓ୍ବକ୍‌ଫ ବିଲ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର […] The post ଓ୍ବକ୍‌ଫ ବିଲ୍‌: ସୁପ୍ରିମକୋର୍ଟ ଯିବ ଡିଏମ୍‌କେ appeared first on Dharitri Odia News.

ଓ୍ବକ୍‌ଫ ବିଲ୍‌: ସୁପ୍ରିମକୋର୍ଟ ଯିବ ଡିଏମ୍‌କେ

ନୂଆଦିଲ୍ଲୀ,୩।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ ଦୃଢ଼ ବିରୋଧ କରିବା ସହ ଏହା ବିରୋଧରେ ତାଙ୍କ ଦଳ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିବ ବୋଲି କହିଛନ୍ତି।

ବୁଧବାର ଲୋକ ସଭାରେ ଓ୍ବକ୍‌ଫ ବିଲ୍‌ ଗୃହୀତ ହୋଇଥିବା ବେଳେ ଗୁରୁବାର ତାମିଲନାଡୁ ବିଧାନସଭାରେ ଡିଏମ୍‌କେ ଏବଂ ଏହାର ସହଯୋଗୀ ଦଳର ସଦସ୍ୟମାନେ ଏହାକୁ ବିରୋଧ କରି କଳା ବ୍ୟାଜ୍‌ ପରିଧାନ କରିଥିଲେ।

କେନ୍ଦ୍ର ସରକାର ଓ୍ବକ୍‌ଫ ବିଲ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ନିବେଦନ କରି ଗତ ସପ୍ତାହରେ ତାମିଲନାଡୁ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଭାଜପା ବ୍ୟତୀତ ଅନ୍ୟ ସବୁ ଦଳର ସଦସ୍ୟମାନେ ଉକ୍ତ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହି ବିଲ୍‌ ଦେଶରେ ଧର୍ମୀୟ ସଦ୍‌ଭାବନାକୁ ବ୍ୟାଘାତ କରିବା ସହ ମୁସଲମାନ ସମ୍ପ୍ରଦାୟକୁ ପ୍ରଭାବିତ କରିବ। ସଂଖ୍ୟାଧିକ ରାଜନୈତିକ ଦଳର ବିରୋଧ ଏବଂ ପ୍ରସ୍ତାବ ଗୃହୀତ ହେବା ସତ୍ତ୍ୱେ ଲୋକ ସଭାରେ ବିଲ୍‌ ଗୃହୀତ ହେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଷ୍ଟାଲିନ୍‌ ପ୍ରକାଶ କରିଛନ୍ତି।

The post ଓ୍ବକ୍‌ଫ ବିଲ୍‌: ସୁପ୍ରିମକୋର୍ଟ ଯିବ ଡିଏମ୍‌କେ appeared first on Dharitri Odia News.