୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ। ଏଣୁ ଏହି ସମ୍ପର୍କ ଆଗକୁ ବଢ଼ି ବିବାହ ରୂପ ନେବ ବୋଲି କୁହାଯାଉଥିଲା। ହେଲେ ଏବେ ସବୁକିଛିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଇତିମଧ୍ୟରେ ବ୍ରେକ୍‌ଅପ୍‌କୁ ମାସେରୁ ଅଧିକ ସମୟ ବିତିଗଲାଣି। ଅନନ୍ୟା ଧିରେ ଧିରେ ସ୍ବାଭାବିକ ଅବସ୍ଥାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ଆଦିତ୍ୟ ଶୀଘ୍ର ମୁଭ୍‌ ଅନ୍‌ କରିବାକୁ ଚାହୁଁଛନ୍ତି। […] The post ୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ! appeared first on Dharitri Odia News.

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ  ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ। ଏଣୁ ଏହି ସମ୍ପର୍କ ଆଗକୁ ବଢ଼ି ବିବାହ ରୂପ ନେବ ବୋଲି କୁହାଯାଉଥିଲା। ହେଲେ ଏବେ ସବୁକିଛିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଇତିମଧ୍ୟରେ ବ୍ରେକ୍‌ଅପ୍‌କୁ ମାସେରୁ ଅଧିକ ସମୟ ବିତିଗଲାଣି। ଅନନ୍ୟା ଧିରେ ଧିରେ ସ୍ବାଭାବିକ ଅବସ୍ଥାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ଆଦିତ୍ୟ ଶୀଘ୍ର ମୁଭ୍‌ ଅନ୍‌ କରିବାକୁ ଚାହୁଁଛନ୍ତି।

କହିରଖୁଛୁ, ଗତ ମାସରେ ଅନନ୍ୟା ନିଜର ଇନଷ୍ଟା ଷ୍ଟୋରୀରେ ଏକ କ୍ରିପ୍‌ଟିକ୍‌ ପୋଷ୍ଟ ଶେୟାର କରିଥିଲେ। ପୋଷ୍ଟରେ ସେ ଲେଖିଥିଲେ ଯେ ଯିଏ ସତରେ ଆପଣଙ୍କର ହୋଇଥିବ, ସେ ଫେରିବ। ଏହାପରେ ଆଦିତ୍ୟଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଥିଲା। ଶେଷରେ ତାହା ହିଁ ହୋଇଛି। ଏହି ଖବର ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି।

The post ୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ! appeared first on Dharitri Odia News.