ପୃଥକ ପୃଥକ ସଡ଼କ ଦୁର୍ଘଟଣା, ଚାଲିଗଲା ତିନି ଜୀବନ
ବ୍ରହ୍ମପୁର ୦୨।୦୯ : ବ୍ରହ୍ମପୁରରେ ଅଘଟଣ । ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ । ମୃତକ ତିନି ଜଣ ମଧ୍ୟରେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ବେଳେ ଆଉ ଜଣେ ବ୍ୟକ୍ତି ରହିଛନ୍ତି । ସମସ୍ତଙ୍କ ମୃତଦେହ ଜବତ ହୋଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଲାଞ୍ଜିପଲ୍ଲୀ ଏନ୍ଏଚ୍ ଘଟିଛି ଏକ ଦୁର୍ଘଟଣା । ବାଇକ୍ ଯୋଗେ କନିସିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ସମୟରେ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ହେଲେ ସ୍ୱାମୀ ଦୁର୍ଗାପ୍ରସାଦ ମିଶ୍ର ଏବଂ ସ୍ତ୍ରୀ ଚିନ୍ମୟ ରାଣୀ ମିଶ୍ର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ବିଳମ୍ବିତ ରାତି ଯାଏଁ ରାସ୍ତାରୋକ କରିଥିଲେ । ପ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବିରେ ରାସ୍ତା କରିଥିଲେ । ହେଲେ ବୈଦ୍ୟନାଥପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଏହାସହିତ ପୋଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖି ଜେରା ମଧ୍ୟ କରୁଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଗୋସାଇଁନୂଆଗାଁ ଅଞ୍ଚଳରେ ଏକ ସଡକ ଦୁର୍ଘଟଣା ଘଟିଛି । ବାଇକ୍ ଯୋଗେ ଆସୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି
ବ୍ରହ୍ମପୁର ୦୨।୦୯ : ବ୍ରହ୍ମପୁରରେ ଅଘଟଣ । ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ । ମୃତକ ତିନି ଜଣ ମଧ୍ୟରେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ବେଳେ ଆଉ ଜଣେ ବ୍ୟକ୍ତି ରହିଛନ୍ତି । ସମସ୍ତଙ୍କ ମୃତଦେହ ଜବତ ହୋଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଲାଞ୍ଜିପଲ୍ଲୀ ଏନ୍ଏଚ୍ ଘଟିଛି ଏକ ଦୁର୍ଘଟଣା । ବାଇକ୍ ଯୋଗେ କନିସିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ସମୟରେ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ହେଲେ ସ୍ୱାମୀ ଦୁର୍ଗାପ୍ରସାଦ ମିଶ୍ର ଏବଂ ସ୍ତ୍ରୀ ଚିନ୍ମୟ ରାଣୀ ମିଶ୍ର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ବିଳମ୍ବିତ ରାତି ଯାଏଁ ରାସ୍ତାରୋକ କରିଥିଲେ । ପ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବିରେ ରାସ୍ତା କରିଥିଲେ । ହେଲେ ବୈଦ୍ୟନାଥପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଏହାସହିତ ପୋଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖି ଜେରା ମଧ୍ୟ କରୁଛି ।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଗୋସାଇଁନୂଆଗାଁ ଅଞ୍ଚଳରେ ଏକ ସଡକ ଦୁର୍ଘଟଣା ଘଟିଛି । ବାଇକ୍ ଯୋଗେ ଆସୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଆରୋହୀଙ୍କ ଜୀବନ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।