ପୃଥିବୀ ଆଡ଼କୁ ମୁହାଁଉଛି କ୍ଷୁଦ୍ରଗ୍ରହ

ବେଙ୍ଗାଲୁରୁ, ୧୧।୯: ଆପୋଫିସ୍‌ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଏହା ୨୦୨୯ରେ ପୃଥିବୀ ସହ ଧକ୍କା ହେବ ବୋଲି ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ସୂଚନା ଦେଇଛି। ଏହି କ୍ଷୁଦ୍ରଗ୍ରହ ପୃଥିବୀର ନିକଟତର ହେବା ମାନବ ସମାଜ ପ୍ରତି ବିପଦ ବୋଲି ଇସ୍ରୋ ଦର୍ଶାଇଛି। ଇସ୍ରୋର ନେଟ୍‌ଓ୍ବାର୍କ ଫର୍‌ ସ୍ପେସ୍‌ ଅବଜେକ୍ଟସ୍‌ ଟ୍ରାକିଂ ଆଣ୍ଡ ଆନାଲିସିସ(ନେତ୍ରା) ଆପୋଫିସ୍‌ ଉପରେ ନଜର ରଖିଥିବା ଏହାର ଅଧ୍ୟକ୍ଷ ଡକ୍ଟର ଏସ୍‌. ସୋମନାଥ କହିଛନ୍ତି। ଆପୋଫିସ […] The post ପୃଥିବୀ ଆଡ଼କୁ ମୁହାଁଉଛି କ୍ଷୁଦ୍ରଗ୍ରହ appeared first on Dharitri Odia News.

ପୃଥିବୀ ଆଡ଼କୁ ମୁହାଁଉଛି କ୍ଷୁଦ୍ରଗ୍ରହ

ବେଙ୍ଗାଲୁରୁ, ୧୧।୯: ଆପୋଫିସ୍‌ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଏହା ୨୦୨୯ରେ ପୃଥିବୀ ସହ ଧକ୍କା ହେବ ବୋଲି ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ସୂଚନା ଦେଇଛି। ଏହି କ୍ଷୁଦ୍ରଗ୍ରହ ପୃଥିବୀର ନିକଟତର ହେବା ମାନବ ସମାଜ ପ୍ରତି ବିପଦ ବୋଲି ଇସ୍ରୋ ଦର୍ଶାଇଛି। ଇସ୍ରୋର ନେଟ୍‌ଓ୍ବାର୍କ ଫର୍‌ ସ୍ପେସ୍‌ ଅବଜେକ୍ଟସ୍‌ ଟ୍ରାକିଂ ଆଣ୍ଡ ଆନାଲିସିସ(ନେତ୍ରା) ଆପୋଫିସ୍‌ ଉପରେ ନଜର ରଖିଥିବା ଏହାର ଅଧ୍ୟକ୍ଷ ଡକ୍ଟର ଏସ୍‌. ସୋମନାଥ କହିଛନ୍ତି। ଆପୋଫିସ ପ୍ରଥମେ ୨୦୦୪ରେ ଆବିଷ୍କୃତ ହୋଇଥିଲା। ଏହା କ୍ରମେ ପୃଥିବୀର ନିକଟତର ହେବାକୁ ଲାଗିଛି। ଇସ୍ରୋ ଏହାକୁ ଟ୍ରାକ୍‌ କରୁଛି। ୨୦୨୯ ପରେ ଏହା ୨୦୩୬ରେ ମଧ୍ୟ ପୃଥିବୀର ନିକଟତର ହେବ। ତେବେ କିଛି ଅଧ୍ୟୟନ ଅନୁଯାୟୀ ଏହା ୨୦୨୯ରେ ପୃଥିବୀ ପାଖ ଦେଇ ଅତିକ୍ରମ କରିବ, ଧକ୍କା ହେବ ନାହିଁ। ଏହା ପୃଥିବୀଠାରୁ ୩୨ ହଜାର କି.ମି. ଦୂରରେ ଅତିକ୍ରମ କରିପାରେ।

The post ପୃଥିବୀ ଆଡ଼କୁ ମୁହାଁଉଛି କ୍ଷୁଦ୍ରଗ୍ରହ appeared first on Dharitri Odia News.