ପୃଥିବୀଠୁ ୪୦୦ କିଲୋମିଟର ଦୂର ମହାକାଶରୁ ସୁନୀତାଙ୍କ ବାର୍ତ୍ତା; ‘ଆମେ ଟେଷ୍ଟର ଏହା ଆମର କାମ’
ନୂଆଦିଲ୍ଲୀ; ସ୍ପେଶ୍ ସେଣ୍ଟରରେ ପ୍ରେସ୍ କନଫ୍ରେନ୍ସ । ପୃଥିବୀ ଠାରୁ ୪୨୦କି.ମି ଦୂରରେ ସୁନୀତା ଓ୍ବିଲିୟମ୍ସ । ଆସିଲା ଦୁଇ ମହାକାଶଚାରୀଙ୍କ ପ୍ରଥମ ବୟାନ । ସମୟ ଅତିବାହିତ ହେଉଛି, ଦିନି ପରେ ଦିନ ଗଡ଼ିଚାଲିଛି, ହେଲେ ପୃଥିବୀକୁ ଫେରୁନାହାନ୍ତି ସୁନିତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବଚ୍ ଓ୍ବିଲମୋର । ୩ ମାସ ହେଲା ମହାକାଶରେ ଫଶି ରହିଛନ୍ତି ଦୁଇ ମହାକାଶଚାରୀ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ପରେ ‘ନାସା’ ଦୁଇ ଆଷ୍ଟ୍ରୋନଟ୍ସଙ୍କ ବିନା ସ୍ପେଶ୍ କ୍ରାଫ୍ଟକୁ ପୃଥିବୀ ପୃଷ୍ଠ ଫେରାଇ ଆଣିଛି । ଆସନ୍ତା ବର୍ଷ ଫେବ୍ରୁଆରୀରେ ଦୁଇ ମହାକାଶଚାରୀ ଫେରିବେ ବୋଲି ସ୍ପଷ୍ଟ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା । ଏହା ପୂର୍ବରୁ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ସ୍ପେଶ୍ ଷ୍ଟେସନରେ ପ୍ରେସ୍ କନଫ୍ରେନ୍ସ କରିଛନ୍ତି । ପୃଥିବୀ ଠାରୁ ୪୨୦ କିଲୋମିଟର ଦୂର ମହାକାଶରୁ ବିଶ୍ବବାସୀଙ୍କୁ ଭିଡିଓ ପ୍ରେସ୍ କନଫେରନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ସ୍ପେଶ୍ ଷ୍ଟେସନରୁ ପ୍ରଥମ ବୟାନ ଜାରି କରିଛନ୍ତି ଦୁଇ ମହାକାଶଚାରୀ । ନାସା ସ୍ପେଶ୍ ସେଣ୍ଟର ମାଧ୍ୟମରେ ମିଡିଆ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବହୁ ଅସମାହିତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସୁନୀତା କହିଛନ୍ତି, ପୃଥିବୀର ଅରବିଟରେ ଅଧିକ ସମୟ ରହିବା ଅତି କଠିନ ଦାୟକ କାମ । ହେଲେ ସ୍ପେଶ୍ ମୋର ପସନ୍ଦର ସ୍ଥାନ, ଏଠାରେ ଖୁସିରେ ଅଛି ବୋଲି ସୁନୀତା କହିଛନ୍ତି । ଗତ ସପ୍ତାହ
ନୂଆଦିଲ୍ଲୀ; ସ୍ପେଶ୍ ସେଣ୍ଟରରେ ପ୍ରେସ୍ କନଫ୍ରେନ୍ସ । ପୃଥିବୀ ଠାରୁ ୪୨୦କି.ମି ଦୂରରେ ସୁନୀତା ଓ୍ବିଲିୟମ୍ସ । ଆସିଲା ଦୁଇ ମହାକାଶଚାରୀଙ୍କ ପ୍ରଥମ ବୟାନ । ସମୟ ଅତିବାହିତ ହେଉଛି, ଦିନି ପରେ ଦିନ ଗଡ଼ିଚାଲିଛି, ହେଲେ ପୃଥିବୀକୁ ଫେରୁନାହାନ୍ତି ସୁନିତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବଚ୍ ଓ୍ବିଲମୋର । ୩ ମାସ ହେଲା ମହାକାଶରେ ଫଶି ରହିଛନ୍ତି ଦୁଇ ମହାକାଶଚାରୀ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ପରେ ‘ନାସା’ ଦୁଇ ଆଷ୍ଟ୍ରୋନଟ୍ସଙ୍କ ବିନା ସ୍ପେଶ୍ କ୍ରାଫ୍ଟକୁ ପୃଥିବୀ ପୃଷ୍ଠ ଫେରାଇ ଆଣିଛି । ଆସନ୍ତା ବର୍ଷ ଫେବ୍ରୁଆରୀରେ ଦୁଇ ମହାକାଶଚାରୀ ଫେରିବେ ବୋଲି ସ୍ପଷ୍ଟ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା । ଏହା ପୂର୍ବରୁ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ସ୍ପେଶ୍ ଷ୍ଟେସନରେ ପ୍ରେସ୍ କନଫ୍ରେନ୍ସ କରିଛନ୍ତି ।
ପୃଥିବୀ ଠାରୁ ୪୨୦ କିଲୋମିଟର ଦୂର ମହାକାଶରୁ ବିଶ୍ବବାସୀଙ୍କୁ ଭିଡିଓ ପ୍ରେସ୍ କନଫେରନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ସ୍ପେଶ୍ ଷ୍ଟେସନରୁ ପ୍ରଥମ ବୟାନ ଜାରି କରିଛନ୍ତି ଦୁଇ ମହାକାଶଚାରୀ । ନାସା ସ୍ପେଶ୍ ସେଣ୍ଟର ମାଧ୍ୟମରେ ମିଡିଆ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବହୁ ଅସମାହିତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସୁନୀତା କହିଛନ୍ତି, ପୃଥିବୀର ଅରବିଟରେ ଅଧିକ ସମୟ ରହିବା ଅତି କଠିନ ଦାୟକ କାମ । ହେଲେ ସ୍ପେଶ୍ ମୋର ପସନ୍ଦର ସ୍ଥାନ, ଏଠାରେ ଖୁସିରେ ଅଛି ବୋଲି ସୁନୀତା କହିଛନ୍ତି । ଗତ ସପ୍ତାହରେ ସ୍ପେଶ୍ କ୍ରାଫ୍ଚ ବୋଇଂ ଷ୍ଟାରଲାଇନର ଭୂ-ପୃଷ୍ଠକୁ ଫେରିଛି । ମାତ୍ର ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିପାରିନଥିବାରୁ ଦୁଇ ମହାକାଶଚାରୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ନାସାର ଆଗାମୀ ସୁଯୋଗକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି । ସେପଟେ ବଚ୍ ଓ୍ବିଲମୋର ନିଜ ପରିବାର ସହ କଥା ହୋଇଛନ୍ତି ।
ନାସାର ସ୍ପେଶ୍ ଷ୍ଟେସନ ମିଶନ ଜୁନ ମାସରେ ଆରମ୍ଭ ହୋଇଥିଲା । ଦୁଇ ଆଷ୍ଟ୍ରୋନଟ୍ସଙ୍କ ସହିତ ବୋଇଂ ଷ୍ଟାରଲାଇନର ଜୁନ ୫ ତାରିଖରେ ଫ୍ଲୋରିଡ଼ାରୁ ଉଡ଼ାଣ ଆରମ୍ଭ କରିଥିଲା । ଏହି ମିଶନର ଅବଧି ମାତ୍ର ୮ ଦିନ ଥିଲା । ହେଲେ ସୁନୀତା ଏବଂ ତାଙ୍କ ସାଥିଙ୍କୁ ଫେରିବାକୁ ଆହୁରି ୫ ମାସ ଲାଗିବ । ୮ ଦିନରୁ ୮ ମାସ ପର୍ଯ୍ୟନ୍ତ, ଆମେ ଆମର ସର୍ବୋତ୍ତମ ଦେବୁ ବୋଲି ମହାକାଶଚାରୀ ବଚ୍ ୱିଲମୋର କହିଛନ୍ତି । ଏହାଛଡ଼ା ନଭେମ୍ବର ୨ରେ ହେବାକୁଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରି ମହାକାଶରୁ ଭୋଟ୍ ଦେବେ ବୋଲି ସୁନିତା କହିଛନ୍ତି ।
ଷ୍ଟାରଲିନର୍ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ମିଶନକୁ ବାରମ୍ବାର ସ୍ଥଗିତ ରଖାଯାଇଛି । ଅଗଷ୍ଟ ୨୪ରେ ନାସା ଘୋଷଣା କରିଥିଲା ସୁନୀତା ୱିଲିୟମ୍ସ ଏବଂ ୱିଲମୋର କ୍ରୁ ୯ ମିଶନର ଅଂଶ ହେବେ ଏବଂ ଫେବୃଆରୀ ୨୦୨୫ରେ ମହାକାଶ ଯାନ ସ୍ପେସ୍ଏକ୍ସର କେ ଡ୍ରାଗନ୍ ମାଧ୍ୟ ଦ୍ବାରା ଦୁହେଁ ପୃଥିବୀକୁ ଫେରିବେ ।