ପୃଥିବୀର ନିକଟତର ଡେଭିଲ୍‌ ଧୂମକେତୁ: ୭୧ ବର୍ଷ ପରେ ବିରଳ ସଂଯୋଗ

ମୁମ୍ବାଇ,୨୨ା୪:ଡେଭିଲ ଧୂମକେତୁ ଭାବେ ପରିଚିତ ‘୧୨ପି/ପୋନ୍ସ-ବ୍ରୁକ୍ସ’ ରବିବାର ପୃଥିବୀର ନିକଟତର ହୋଇଛି। ୭୧ ବର୍ଷ ପରେ ଘଟିଥିବା ଏହି ବିରଳ ସଂଯୋଗ ଭାରତୀୟ ତଥା ବିଶ୍ୱର ବୈଜ୍ଞାନିକମାନଙ୍କୁ ରୋମାଞ୍ଚତ୍ତ କରିଛି। ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବା ଏହି ଧୂମକେତୁ ମାର୍ଚ୍ଚ ପ୍ରଥମ ଭାଗରୁ ଏକ ଉଜ୍ଜ୍ୱଳ କ୍ଷୁଦ୍ର ବିନ୍ଦୁ ଭାବେ ଦୃଶ୍ୟମାନ ହେଉଥିଲା। କେତେଜଣ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଏହାକୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ସୋମବାରଠାରୁ ଉକ୍ତ ଧୂମକେତୁ ସୂର୍ଯ୍ୟଙ୍କ ନିକଟତମ ପଏଣ୍ଟରୁ ଏହାର ଯାତ୍ରା ଆରମ୍ଭ କରିବ ଓ […] The post ପୃଥିବୀର ନିକଟତର ଡେଭିଲ୍‌ ଧୂମକେତୁ: ୭୧ ବର୍ଷ ପରେ ବିରଳ ସଂଯୋଗ appeared first on Dharitri Odia News.

ପୃଥିବୀର ନିକଟତର ଡେଭିଲ୍‌ ଧୂମକେତୁ: ୭୧ ବର୍ଷ ପରେ ବିରଳ ସଂଯୋଗ

ମୁମ୍ବାଇ,୨୨ା୪:ଡେଭିଲ ଧୂମକେତୁ ଭାବେ ପରିଚିତ ‘୧୨ପି/ପୋନ୍ସ-ବ୍ରୁକ୍ସ’ ରବିବାର ପୃଥିବୀର ନିକଟତର ହୋଇଛି। ୭୧ ବର୍ଷ ପରେ ଘଟିଥିବା ଏହି ବିରଳ ସଂଯୋଗ ଭାରତୀୟ ତଥା ବିଶ୍ୱର ବୈଜ୍ଞାନିକମାନଙ୍କୁ ରୋମାଞ୍ଚତ୍ତ କରିଛି। ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବା ଏହି ଧୂମକେତୁ ମାର୍ଚ୍ଚ ପ୍ରଥମ ଭାଗରୁ ଏକ ଉଜ୍ଜ୍ୱଳ କ୍ଷୁଦ୍ର ବିନ୍ଦୁ ଭାବେ ଦୃଶ୍ୟମାନ ହେଉଥିଲା। କେତେଜଣ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଏହାକୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ସୋମବାରଠାରୁ ଉକ୍ତ ଧୂମକେତୁ ସୂର୍ଯ୍ୟଙ୍କ ନିକଟତମ ପଏଣ୍ଟରୁ ଏହାର ଯାତ୍ରା ଆରମ୍ଭ କରିବ ଓ ସବୁଠୁ ଉଜ୍ଜ୍ୱଳ ଦେଖାଯିବ। ଜୁନ୍‌ରେ ଏହା ୨୩୨ ନିୟୁତ କିଲୋମିଟର ଦୂରତାରେ ପହଞ୍ଚତ୍ବା ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ଭାଗକୁ ଝାପ୍‌ସା ଦୃଶ୍ୟ ହେବ ବୋଲି ମୁମ୍ବାଇର ଆମାଟିଉର ଆଷ୍ଟ୍ରୋନମର୍ସ ଆସୋସିଏଶନର ପ୍ରତିଷ୍ଠାତା ସମ୍ପାଦକ ଭରତ ଅଦୁର କହିଛନ୍ତି।
ଡେଭିଲ ଧୂମକେତୁର ଉଚ୍ଚତା ଏଭରେଷ୍ଟ ଶୃଙ୍ଗର ଉଚ୍ଚତା (୮.୮୪ କିଲୋମିଟର)ଠାରୁ ଅଧିକ। ଏଥିରେ ଥିବା ଶିଳା ଓ ବରଫର ମୋଟ ଉଚ୍ଚତା ପ୍ରାୟ ୧୭ କିଲୋମିଟର, ଯାହାକି ହିମାଳୟ ଉଚ୍ଚତାର ଦୁଇଗୁଣରୁ ଅଧିକ। ଧୂମକେତୁର ବ୍ୟାସ ୩୦ କିଲୋମିଟର ହୋଇଥିବାବେଳେ ଏହାର ଘଣ୍ଟାପ୍ରତି ବେଗ ୨୬,୦୦୦ କିଲୋମିଟର ବୋଲି ଆକଳନ କରାଯାଇଛି।

The post ପୃଥିବୀର ନିକଟତର ଡେଭିଲ୍‌ ଧୂମକେତୁ: ୭୧ ବର୍ଷ ପରେ ବିରଳ ସଂଯୋଗ appeared first on Dharitri Odia News.