ପେଗାସସ ମାମଲାରେ ହ୍ବାଟ୍ସଆପ୍‌ର ବଡ଼ ବିଜୟ, NSO ଗ୍ରୁପ୍‌କୁ ଲାଗିଲା ଝଟକା

ନୂଆଦିଲ୍ଲୀ: ପେଗାସସ ମାମଲାରେ ହ୍ବାଟ୍ସଆପ୍‌କୁ ବଡ଼ ବିଜୟ। ପେଗାସସ୍ ସ୍ପାଏଓୟାର ପଛରେ ଥିବା ଇସ୍ରାଏଲ କମ୍ପାନି ଏନଏସଓ ଗ୍ରୁପ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଏବଂ ହ୍ବାଟ୍ସଆପ୍ ମଧ୍ୟରେ ଚାଲିଥିବା ଏକ ମାମଲାରେ ଇନଷ୍ଟାଣ୍ଟ ମେସେଜିଂ ଆପ୍‌କୁ ମିଳିଛି ଏହି ବିଜୟ। ତଥ୍ୟ ଚୋରି ମାମଲାକୁ ନେଇ ୨୦୧୯ରେ ହ୍ବାଟ୍ସଆପ୍ ଆମେରିକାରେ ଆବେଦନ କରିଥିଲା। ଆଉ ଏହି ମାମଲାର ରାୟ ହ୍ବାଟ୍ସଆପ୍‌ ସପକ୍ଷରେ ଆସିଛି। ଏମିତିରେ ଏହି ରାୟକୁ ହ୍ବାଟ୍ସଆପ୍ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଭାବରେ ଦେଖାଯାଉଛି।ମୋକଦ୍ଦମାରେ ଏନଏସଓ ଗ୍ରୁପ ଉପରେ ଅଭିଯୋଗ ରହିଥିଲା ଯେ, ଏନଏସଓ ଗ୍ରୁପ୍‌ ୨୦୧୯ମେ ମାସରେ ଦୁଇ ସପ୍ତାହରେ ସାମ୍ବାଦିକ, ମାନବାଧିକାର କର୍ମୀ ଏବଂ ସରକାରୀ ଅଧିକାରୀଙ୍କ ସମେତ ୧୪୦୦ ଜଣକ ଫୋନକୁ ଭାଇରସ ଦ୍ବାରା ଇନଫେକ୍ଟ କରିବା ଏବଂ ନିରୀକ୍ଷଣ କରିବା ପାଇଁ ପେଗାସସର ବ୍ୟବହାର କରିଥିଲା। ହ୍ବାଟ୍ସଆପ୍ ଦର୍ଶାଇଥିଲା ଯେ, ଏନଏସଓ ଏହି ଭାଇରାସକୁ ହ୍ବାଟ୍ସଆପ୍‌ର ବିନା ଅନୁମତିରେ ଟ୍ରାକ କରିବା ପାଇଁ ଏହି ସବୁ ଆକାଉଣ୍ଟରେ ଲଗାଇଥିଲା। ଆଉ ସମ୍ବେଦନଶୀଳ ଡାଟା କାଢ଼ିଥିଲା।ତେବେ ମାମଲାର ଶୁଣାଣି କରି ଆମେରିକାର ଏକ ଜିଲ୍ଲା ଜଜ୍ ଫିଲିସ ହାମିଲଟନ ହ୍ବାଟ୍ସଆପ୍ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଶୁଣାଣିରେ କୁହାଯାଇଛି ଯେ, ଏନଏସଓ ଗ୍ରୁପ ରାଜ୍ୟ ଏବଂ ସଂଘୀୟ ହ୍ୟାକିଂ ଆଇନ ସହ ହ୍ବାଟ୍ସଆପର ସେବା ସର୍ତ୍ତର ମଧ୍ୟ ଉଲ୍ଲଘଂନ କରିଥିଲା। ଅଦାଲତ ଏହା ମଧ୍ୟ

ପେଗାସସ ମାମଲାରେ ହ୍ବାଟ୍ସଆପ୍‌ର ବଡ଼ ବିଜୟ, NSO ଗ୍ରୁପ୍‌କୁ ଲାଗିଲା ଝଟକା

ନୂଆଦିଲ୍ଲୀ: ପେଗାସସ ମାମଲାରେ ହ୍ବାଟ୍ସଆପ୍‌କୁ ବଡ଼ ବିଜୟ। ପେଗାସସ୍ ସ୍ପାଏଓୟାର ପଛରେ ଥିବା ଇସ୍ରାଏଲ କମ୍ପାନି ଏନଏସଓ ଗ୍ରୁପ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଏବଂ ହ୍ବାଟ୍ସଆପ୍ ମଧ୍ୟରେ ଚାଲିଥିବା ଏକ ମାମଲାରେ ଇନଷ୍ଟାଣ୍ଟ ମେସେଜିଂ ଆପ୍‌କୁ ମିଳିଛି ଏହି ବିଜୟ। ତଥ୍ୟ ଚୋରି ମାମଲାକୁ ନେଇ ୨୦୧୯ରେ ହ୍ବାଟ୍ସଆପ୍ ଆମେରିକାରେ ଆବେଦନ କରିଥିଲା। ଆଉ ଏହି ମାମଲାର ରାୟ ହ୍ବାଟ୍ସଆପ୍‌ ସପକ୍ଷରେ ଆସିଛି। ଏମିତିରେ ଏହି ରାୟକୁ ହ୍ବାଟ୍ସଆପ୍ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଭାବରେ ଦେଖାଯାଉଛି।

ମୋକଦ୍ଦମାରେ ଏନଏସଓ ଗ୍ରୁପ ଉପରେ ଅଭିଯୋଗ ରହିଥିଲା ଯେ, ଏନଏସଓ ଗ୍ରୁପ୍‌ ୨୦୧୯ମେ ମାସରେ ଦୁଇ ସପ୍ତାହରେ ସାମ୍ବାଦିକ, ମାନବାଧିକାର କର୍ମୀ ଏବଂ ସରକାରୀ ଅଧିକାରୀଙ୍କ ସମେତ ୧୪୦୦ ଜଣକ ଫୋନକୁ ଭାଇରସ ଦ୍ବାରା ଇନଫେକ୍ଟ କରିବା ଏବଂ ନିରୀକ୍ଷଣ କରିବା ପାଇଁ ପେଗାସସର ବ୍ୟବହାର କରିଥିଲା। ହ୍ବାଟ୍ସଆପ୍ ଦର୍ଶାଇଥିଲା ଯେ, ଏନଏସଓ ଏହି ଭାଇରାସକୁ ହ୍ବାଟ୍ସଆପ୍‌ର ବିନା ଅନୁମତିରେ ଟ୍ରାକ କରିବା ପାଇଁ ଏହି ସବୁ ଆକାଉଣ୍ଟରେ ଲଗାଇଥିଲା। ଆଉ ସମ୍ବେଦନଶୀଳ ଡାଟା କାଢ଼ିଥିଲା।

ତେବେ ମାମଲାର ଶୁଣାଣି କରି ଆମେରିକାର ଏକ ଜିଲ୍ଲା ଜଜ୍ ଫିଲିସ ହାମିଲଟନ ହ୍ବାଟ୍ସଆପ୍ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଶୁଣାଣିରେ କୁହାଯାଇଛି ଯେ, ଏନଏସଓ ଗ୍ରୁପ ରାଜ୍ୟ ଏବଂ ସଂଘୀୟ ହ୍ୟାକିଂ ଆଇନ ସହ ହ୍ବାଟ୍ସଆପର ସେବା ସର୍ତ୍ତର ମଧ୍ୟ ଉଲ୍ଲଘଂନ କରିଥିଲା। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ଏନଏସଓ ଗ୍ରୁପ ଆମେରିକୀୟ କମ୍ପ୍ୟୁଟର ଦ୍ବାରା ଠକେଇ ଏବଂ ଦୁରୂପଯୋଗ ନିୟମର ଉଲ୍ଲଘଂନ କରିଛି।

ସେପଟେ ଏନଏସଓ ଗ୍ରୁପ ଦୀର୍ଘ ଦିନରୁ ଦାବି କରିଆସୁଛି ଯେ, ଏହାର ସ୍ପାଏଓୟାରର ବ୍ୟବହାର କେବଳ ସରକାରୀ କ୍ଲାଏଣ୍ଟ ହିଁ ରାଷ୍ଟ୍ରୀୟ ସୁରକ୍ଷା ଉଦ୍ଦେଶ୍ୟରେ କରିଥାନ୍ତି। ଅବଶ୍ୟ ଏହି ମାମଲାରେ ଦାଖଲ ହୋଇଥିବା  ଦସ୍ତାବିଜରେ ଏହାର ଓଲଟା କଥା ଦେଖିବାକୁ ମିଳିଛି। ଅଦାଲତ କହିଛନ୍ତି ଏହାର ମଧ୍ୟ ପ୍ରମାଣ ମିଳିଛି ଯେ, ଏନଏସଓ ଗ୍ରୁପ୍‌ହିଁ ସିଧାସଳଖ ପେଗାସସକୁ ଅପରେଟ କରିଛି। ସ୍ପାଏଓୟାର ଇନଷ୍ଟଲ କରିଛି ଏବଂ ଡାଟା କାଢ଼ିଛି, ଯେଉଁଥିରେ ହ୍ବାଟ୍ସଆପ୍ ଏବଂ ଆଇଫୋନ ଉଭୟରୁ ଫଟୋ, ଇମେଲ ଏବଂ ମେସେଜ ରହିଛି। ତେବେ ଏନଏସଓ ଗ୍ରୁପକୁ ୨୦୨୫ ମାର୍ଚ୍ଚରେ ଜୁରୀ ଟ୍ରାଏଲର ସାମ୍‌ନା କରିବାକୁ ପଡ଼ିବ। ଏହି ସମୟରେ ହିଁ ନିଷ୍ପତ୍ତି ନିଆଯିବ ଯେ, ହ୍ବାଟ୍ସଆପ୍‌କୁ କେତେ କ୍ଷତିପୂରଣ ଦିଆଯିବ।

୨୦୨୧ରେ ପେଗାସସ ମାମଲା ଭାରତରେ ମଧ୍ୟ ଆଣିଥିଲା ରାଜନୀତିକ ଭୂମିକମ୍ପ

୨୦୨୧ରେ ପେଗାସସ ଜାସୁସୀ ମାମଲା ଦେଶରେ ରାଜନୀତିକ ବିବାଦକୁ ଜନ୍ମ ଦେଇଥିଲା। ଅଭିଯୋଗ ହୋଇଥିଲା ଯେ, ସରକାର ପେଗାସସ ସ୍ପାଏଓୟାରର ବ୍ୟବହାର କରି ଭାରତୀୟ ନାଗରିକଙ୍କ ୩୦୦ ଫୋନ ନମ୍ବରକୁ ଟ୍ରାକ କରୁଛନ୍ତି। ଏଥିରେ ଜଣେ ସାମ୍ବିଧାନିକ ପଦାଧିକାରୀ, ଅନେକ ସାମ୍ବାଦିକ, ବ୍ୟବସାୟୀ ଅନେକ ରାଜନେତାଙ୍କ ନମ୍ବର ରହିଥିଲା। 

ଅବଶ୍ୟ ୨୦୨୨ରେ ସୁପ୍ରିମକୋର୍ଟଙ୍କ ବୈଷୟିକ କମିଟି ରିପୋର୍ଟ ଆଧାରରେ କହିଥିଲେ ଯେ, ୨୯ ଅଭିଯୋଗକାରୀଙ୍କ ଫୋନର ଯାଞ୍ଚରେ ପେଗାସସ ସ୍ପାଏଓୟାରର କୌଣସି ପ୍ରମାଣ ମିଳିନଥିଲା। ଯାଞ୍ଚ ସମୟରେ ୫ ଫୋନ୍‌ରେ ମାଲଓୟାରର କିଛି ଚିହ୍ନ ମିଳିଥିଲା। କିନ୍ତୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇପାରିନଥିଲା ଯେ, ତାହା ପେଗାସସ କାରଣରୁ ହୋଇଥିଲା।