ପେଟ ଯନ୍ତ୍ରଣାରୁ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡା, ୨୦।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ବୁଧବାର ଆଲୋଚନାର ବିଷୟ ହୋଇଛି। ପେଟ ଯନ୍ତ୍ରଣା ହେବାରୁ ଏହି ଦୁଇ ଜଣଙ୍କ ପରିବାର ସଦସ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜିଲା ସଦର ଥାନାରେ ଅଭିଯୋଗ ହୋଇଛି। ତେବେ ଏହା ବିଷାକ୍ତ ମଦ ପାଇଁ ହୋଇଥିବା ଚର୍ଚ୍ଚା ହେଉଛି। ମୃତକ ଦୁଇଜଣ ହେଉଛନ୍ତି, ଜଗତସିଂହପୁର ଜିଲା ତିରତୋଲ ଥାନା ସିରସ୍ତା ଗ୍ରାମର ବିଭୁତି ଭୂଷଣ ସାମଲ (୫୨) […] The post ପେଟ ଯନ୍ତ୍ରଣାରୁ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.

ପେଟ ଯନ୍ତ୍ରଣାରୁ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡା, ୨୦।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ବୁଧବାର ଆଲୋଚନାର ବିଷୟ ହୋଇଛି। ପେଟ ଯନ୍ତ୍ରଣା ହେବାରୁ ଏହି ଦୁଇ ଜଣଙ୍କ ପରିବାର ସଦସ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜିଲା ସଦର ଥାନାରେ ଅଭିଯୋଗ ହୋଇଛି। ତେବେ ଏହା ବିଷାକ୍ତ ମଦ ପାଇଁ ହୋଇଥିବା ଚର୍ଚ୍ଚା ହେଉଛି। ମୃତକ ଦୁଇଜଣ ହେଉଛନ୍ତି, ଜଗତସିଂହପୁର ଜିଲା ତିରତୋଲ ଥାନା ସିରସ୍ତା ଗ୍ରାମର ବିଭୁତି ଭୂଷଣ ସାମଲ (୫୨) ଓ କଣ୍ଟାପଡା ଗ୍ରାମର ଗୋପବନ୍ଧୁ ସାମଲ (୬୫)। ମଙ୍ଗଳବାର ରାତି ୧୧ରେ ଏହି ଦୁଇଜଣ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ବିମଲ ମଲ୍ଲିକ କହିଛନ୍ତି, ଅଭିଯୋଗକୁ ଭିତ୍ତି କରି ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ତଦନ୍ତକୁ ଅଧିକ ଗତି ମିଳିବ।

 

The post ପେଟ ଯନ୍ତ୍ରଣାରୁ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.