ପେଟିଏମକୁ ବଡ଼ ଆଶ୍ବସ୍ତି ! ୫୦ କୋଟି ଟଙ୍କାର ନିବେଶକୁ ମିଳିଲା ଅନୁମତି
ନୂଆଦିଲ୍ଲୀ: ଚୀନ୍ ସହ ଜଡ଼ିତ ନିବେଶର ଯାଞ୍ଚ କରୁଥିବା ସରକାରୀ କମିଟିରୁ ପେଟିଏମକୁ ଆଶ୍ବସ୍ତି। କମିଟି ପେଟିଏମକୁ ଏହାର ଏକ ମହତ୍ବପୂର୍ଣ୍ଣ ସହାୟକ କମ୍ପାନିରେ ୫୦ କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ଦେଇଛି। ଅବଶ୍ୟ ଏବେବି ଅର୍ଥ ମନ୍ତ୍ରାଳୟରୁ ଅନୁମତି ମିଳିନାହିଁ।ଏହି ମଞ୍ଜୁରୀ ମିଳିବା ପରେ ଏବେ ପେଟିଏମ ସର୍ଭିସେଜ, ଏହାର କାରବାରକୁ ସ୍ବାଭାବିକ ଭାବରେ ପୁଣି ଆରମ୍ଭ କରିପାରିବ। ବଡ଼ କଥା ହେଉଛି ଏହି ସହାୟକ କମ୍ପାନି ହେଉଛି ପେଟିଏମ ସର୍ଭିସେଜର ମୁଖ୍ୟ କାରବାରର ଏକ ବଡ଼ ଅଂଶ। ସୂଚନାଥାଉକି, ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିୟମର ଉଲ୍ଲଘଂନ କାରଣରୁ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍ର ଲାଇସେନ୍ସ ରଦ୍ଦ କରିଥିଲେ। ଏହା ଫଳରେ ପେଟିଏମ ଶେୟାରରେ ମଧ୍ୟ ଖୁବ୍ ହ୍ରାସ ଦେଖିବାକୁ ମିଳିଥିଲା। ପ୍ରକୃତରେ କମିଟି ପୂର୍ବରୁ ଏହି ନିବେଶ ପାଇଁ ଅନୁମତି ମିଳିନଥିଲା। କାରଣ ପେଟିଏମରେ ଚୀନ୍ର କମ୍ପାନି ଆଣ୍ଟ ଗ୍ରୁପ୍ର ୯.୮୮ ପ୍ରତିଶତ ଅଂଶୀଦାର ରହିଛି। ଆଉ ୨୦୨୦ରେ ଉଭୟ ଦେଶର ମଧ୍ୟରେ ସୀମାରେ ହୋଇଥିବା ତିକ୍ତତା ପରଠାରୁ ଭାରତ ଚୀନ୍ କମ୍ପାନିଙ୍କ ଯାଞ୍ଚରେ ବେଶ୍ କଡ଼ା ଆଭିମୁଖ୍ୟ ରଖିଛି।ପ୍ରାୟ ଦୁଇ ବର୍ଷରୁ ପେଟିଏମକୁ ସରକାରୀ କମିଟିର ମଞ୍ଜୁରୀକୁ ଅପେକ୍ଷା କରୁଥିଲା। ଯଦି ଏହି ମଞ୍ଜୁରୀ ମିଳିନଥାନ୍ତା ତେବେ କମ୍ପାନି ଏହାର ପେମେଣ୍ଟ ସର୍ଭିସର କାରବାର ମଧ୍ୟ ବନ୍ଦ କରିବାକୁ ପଡ଼ିଥାନ୍ତା। କାରଣ ମାର୍ଚ୍ଚରୁ ପେଟିଏମରୁ
ନୂଆଦିଲ୍ଲୀ: ଚୀନ୍ ସହ ଜଡ଼ିତ ନିବେଶର ଯାଞ୍ଚ କରୁଥିବା ସରକାରୀ କମିଟିରୁ ପେଟିଏମକୁ ଆଶ୍ବସ୍ତି। କମିଟି ପେଟିଏମକୁ ଏହାର ଏକ ମହତ୍ବପୂର୍ଣ୍ଣ ସହାୟକ କମ୍ପାନିରେ ୫୦ କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ଦେଇଛି। ଅବଶ୍ୟ ଏବେବି ଅର୍ଥ ମନ୍ତ୍ରାଳୟରୁ ଅନୁମତି ମିଳିନାହିଁ।
ଏହି ମଞ୍ଜୁରୀ ମିଳିବା ପରେ ଏବେ ପେଟିଏମ ସର୍ଭିସେଜ, ଏହାର କାରବାରକୁ ସ୍ବାଭାବିକ ଭାବରେ ପୁଣି ଆରମ୍ଭ କରିପାରିବ। ବଡ଼ କଥା ହେଉଛି ଏହି ସହାୟକ କମ୍ପାନି ହେଉଛି ପେଟିଏମ ସର୍ଭିସେଜର ମୁଖ୍ୟ କାରବାରର ଏକ ବଡ଼ ଅଂଶ।
ସୂଚନାଥାଉକି, ଚଳିତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିୟମର ଉଲ୍ଲଘଂନ କାରଣରୁ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍ର ଲାଇସେନ୍ସ ରଦ୍ଦ କରିଥିଲେ। ଏହା ଫଳରେ ପେଟିଏମ ଶେୟାରରେ ମଧ୍ୟ ଖୁବ୍ ହ୍ରାସ ଦେଖିବାକୁ ମିଳିଥିଲା।
ପ୍ରକୃତରେ କମିଟି ପୂର୍ବରୁ ଏହି ନିବେଶ ପାଇଁ ଅନୁମତି ମିଳିନଥିଲା। କାରଣ ପେଟିଏମରେ ଚୀନ୍ର କମ୍ପାନି ଆଣ୍ଟ ଗ୍ରୁପ୍ର ୯.୮୮ ପ୍ରତିଶତ ଅଂଶୀଦାର ରହିଛି। ଆଉ ୨୦୨୦ରେ ଉଭୟ ଦେଶର ମଧ୍ୟରେ ସୀମାରେ ହୋଇଥିବା ତିକ୍ତତା ପରଠାରୁ ଭାରତ ଚୀନ୍ କମ୍ପାନିଙ୍କ ଯାଞ୍ଚରେ ବେଶ୍ କଡ଼ା ଆଭିମୁଖ୍ୟ ରଖିଛି।
ପ୍ରାୟ ଦୁଇ ବର୍ଷରୁ ପେଟିଏମକୁ ସରକାରୀ କମିଟିର ମଞ୍ଜୁରୀକୁ ଅପେକ୍ଷା କରୁଥିଲା। ଯଦି ଏହି ମଞ୍ଜୁରୀ ମିଳିନଥାନ୍ତା ତେବେ କମ୍ପାନି ଏହାର ପେମେଣ୍ଟ ସର୍ଭିସର କାରବାର ମଧ୍ୟ ବନ୍ଦ କରିବାକୁ ପଡ଼ିଥାନ୍ତା। କାରଣ ମାର୍ଚ୍ଚରୁ ପେଟିଏମରୁ ନୂଆ ଗ୍ରାହକ ମଧ୍ୟ ଯୋଡ଼ିପାରୁନଥିଲା। ସରକାରୀ ଅନୁମତି ମିଳିବା ପରେ ପେଟିଏମ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ‘ପେମେଣ୍ଟ ଆଗ୍ରୀଗେଟର’ ଲାଇସେନ୍ସ ପାଇଁ ଆବେଦନ କରିପାରିବ।