ଶନିବାର ପବିତ୍ର ଶାମ୍ବ ଦଶମୀ, ଚନ୍ଦ୍ରଭାଗାରେ ବୁଡି ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ ୨୦।୦୧ : ଶନିବାର ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ। ସୂର୍ଯ୍ୟ ଉପାସକମାନେ ଭୋରୁ ଭୋରୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀର ଦାନ ଦେବା ସହ ସହ ପୂଜାର୍ଚ୍ଚନା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଖବର ଅନୁଯାୟୀ, ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବଦଶମୀ ଦିନ ଚନ୍ଦ୍ରଭାଗା ଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କରାଯାଏ । ଏହାଦ୍ୱାର ପରିବାର ସଦସ୍ୟଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନକାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ l ତେବେ ପୌରାଣିକ ମତ ଅନୁସାରେ, ପ୍ରଭୁ ଶ୍ରୀ କୃଷ୍ଣ ମା ଜାମ୍ବବତୀଙ୍କ ସହ ରତିକ୍ରୀଡାରେ ଥିବା ବେଳେ ଶ୍ରୀ କୃଷ୍ଣଙ୍କ ପୁତ୍ର ଶାମ୍ବ ସେଠାରେ ପହଞ୍ଚିଯାଇଥିଲେ l ପ୍ରଭୁ ଶ୍ରୀ କୃଷ୍ଣ ରାଗିଯାଇ ଶାମ୍ବକୁ କୃଷ୍ଠ ରୋଗର ଅଭିଶାପ ଦେଇଥିଲେ । ପରେ ଏହି ଅଭିଶାପ ଯୋଗୁ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ l କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ଶାମ୍ବ ନାରଦ ମୁନିଙ୍କ ଶରଣlପନ୍ନ ହୋଇଥଲେ l ତୁମେ ସୂର୍ଯ୍ୟନାରାୟଣଙ୍କୁ ପୂଜାକଲେ କୃଷ୍ଠ ରୋଗରୁ ମୁକ୍ତହେବ ବୋଲି ଶାମ୍ବଙ୍କୁ ନାରଦ ମୁନୀ ପରାମର୍ଶ ଦେଇଥିଲେ l ପରେ ଶାମ୍ବ ଅର୍କକ୍ଷେତ୍ର ଚନ୍ଦ୍ରଭାଗା ଠାରେ ସୂର୍ଯ୍ୟ ପୂଜା କରି କୃଷ୍ଠ ରୋଗରୁ ମୁକ୍ତ ହୋଇଥିଲେ l   https://www.prameyanews7.com/invit

ଶନିବାର ପବିତ୍ର ଶାମ୍ବ ଦଶମୀ, ଚନ୍ଦ୍ରଭାଗାରେ ବୁଡି ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ ୨୦।୦୧ : ଶନିବାର ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ। ସୂର୍ଯ୍ୟ ଉପାସକମାନେ ଭୋରୁ ଭୋରୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀର ଦାନ ଦେବା ସହ ସହ ପୂଜାର୍ଚ୍ଚନା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଖବର ଅନୁଯାୟୀ, ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବଦଶମୀ ଦିନ ଚନ୍ଦ୍ରଭାଗା ଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କରାଯାଏ । ଏହାଦ୍ୱାର ପରିବାର ସଦସ୍ୟଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନକାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ l

ତେବେ ପୌରାଣିକ ମତ ଅନୁସାରେ, ପ୍ରଭୁ ଶ୍ରୀ କୃଷ୍ଣ ମା ଜାମ୍ବବତୀଙ୍କ ସହ ରତିକ୍ରୀଡାରେ ଥିବା ବେଳେ ଶ୍ରୀ କୃଷ୍ଣଙ୍କ ପୁତ୍ର ଶାମ୍ବ ସେଠାରେ ପହଞ୍ଚିଯାଇଥିଲେ l ପ୍ରଭୁ ଶ୍ରୀ କୃଷ୍ଣ ରାଗିଯାଇ ଶାମ୍ବକୁ କୃଷ୍ଠ ରୋଗର ଅଭିଶାପ ଦେଇଥିଲେ । ପରେ ଏହି ଅଭିଶାପ ଯୋଗୁ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ l

କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ଶାମ୍ବ ନାରଦ ମୁନିଙ୍କ ଶରଣlପନ୍ନ ହୋଇଥଲେ l ତୁମେ ସୂର୍ଯ୍ୟନାରାୟଣଙ୍କୁ ପୂଜାକଲେ କୃଷ୍ଠ ରୋଗରୁ ମୁକ୍ତହେବ ବୋଲି ଶାମ୍ବଙ୍କୁ ନାରଦ ମୁନୀ ପରାମର୍ଶ ଦେଇଥିଲେ l ପରେ ଶାମ୍ବ ଅର୍କକ୍ଷେତ୍ର ଚନ୍ଦ୍ରଭାଗା ଠାରେ ସୂର୍ଯ୍ୟ ପୂଜା କରି କୃଷ୍ଠ ରୋଗରୁ ମୁକ୍ତ ହୋଇଥିଲେ l  

https://www.prameyanews7.com/invitation-to-all-temples-with-maa-samalsewari-of-balangir-for-samlei-project/

ସେହିପରି ଶାମ୍ବଦଶମୀ ତିଥିରେ କୋଣାର୍କ ଅବଧୂତ ମଠ ଠାରୁ  ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ l ସେଠାରେ ୨୭ ଦିନ ରଖାଯାଇ ଗ୍ରହ ନକ୍ଷତ୍ର ପୂଜାଅର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ l ସୂର୍ଯ୍ୟ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଜମିଥାଏ ଏବଂ ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁକ୍ଳ ଛାଡ଼ ଥିବାରୁ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି l

https://www.prameyanews7.com/rahane-struggles-for-1-run-in-ranji-trophy-2nd-consecutive-golden-duck/

The post ଶନିବାର ପବିତ୍ର ଶାମ୍ବ ଦଶମୀ, ଚନ୍ଦ୍ରଭାଗାରେ ବୁଡି ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ appeared first on Prameya News7.