ପେଟ୍ରୋଲ ପମ୍ପରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ, ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି

ପେଟ୍ରୋଲ ଟାଙ୍କି ରେ ବନ୍ଧା ପଡିଛି ୧୦୮ ଆମ୍ବୁଲାନ୍ସ । ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ୩ଟି ଆମ୍ବୁଲାନ୍ସ ବନ୍ଧା ପଡ଼ିଛନ୍ତି । ଏପଟେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ରୋଗୀ। ରୋଗ ଯନ୍ତ୍ରଣା ସହି ନପାରି ଛଟପଟ ହୋଇଛନ୍ତି । ଗୋଟିଏ ପଟେ ରୋଗୀ ଡାକ୍ତରଙ୍କୁ ଦେଖାଇ କେମିତି ଭଲ ହେବେ ବୋଲି ବାହାରିଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଯାଇ ଅଟକ ରହିଛି ତିନୋଟି ଆମ୍ବୁଲାନ୍ସ । ହଁ ଆଜ୍ଞା, […] The post ପେଟ୍ରୋଲ ପମ୍ପରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ, ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି appeared first on KNews Odisha.

ପେଟ୍ରୋଲ ପମ୍ପରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ, ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି

ପେଟ୍ରୋଲ ଟାଙ୍କି ରେ ବନ୍ଧା ପଡିଛି ୧୦୮ ଆମ୍ବୁଲାନ୍ସ । ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ୩ଟି ଆମ୍ବୁଲାନ୍ସ ବନ୍ଧା ପଡ଼ିଛନ୍ତି । ଏପଟେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ରୋଗୀ। ରୋଗ ଯନ୍ତ୍ରଣା ସହି ନପାରି ଛଟପଟ ହୋଇଛନ୍ତି । ଗୋଟିଏ ପଟେ ରୋଗୀ ଡାକ୍ତରଙ୍କୁ ଦେଖାଇ କେମିତି ଭଲ ହେବେ ବୋଲି ବାହାରିଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଯାଇ ଅଟକ ରହିଛି ତିନୋଟି ଆମ୍ବୁଲାନ୍ସ ।

ହଁ ଆଜ୍ଞା, ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି ତିନୋଟି ଆମ୍ବୁଲାନ୍ସ । ଦିନ ହେବ ଅଟକି ରହିଛି ତିନୋଟି ଆମ୍ବୁଲାନ୍ସ । ଓଟିପି ଆସୁନି କି ଆପ ରେ ଫିଲିଙ୍ଗ ଦେଖାଯାଉନି ଫଳରେ ଏହି ସମସ୍ୟା ଦେଖାଦେଇଛି ।

ଆନନ୍ଦପୁରର ଶାଳପଡ଼ା ପେଟ୍ରୋଲ ପମ୍ପରେ ଅଟକି ରହିଛି ଆମ୍ୱୁଲାନ୍ସ ସେବା । ଆଗରୁ ଏଭଳି ସମସ୍ୟା କେବେ ହୋଇନଥିବା କର୍ମଚାରୀ ମାନେ ପ୍ରକାଶ କହୁଥିବା ବେଳେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନି । ଯାହା ଫଳରେ ରୋଗୀମାନେ ବହୁ ଅସୁବିଧାର ସମୁଖିନ ହେଉଛନ୍ତି। ଜରୁରୀ ପରିସ୍ଥିତି ରେ ଆମ୍ବୁଲାନ୍ସ ସେବା ପାଇଁ ପାରୁ ନାହାନ୍ତି ରୋଗୀ ମାନେ ।

ତେବେ ରୋଗୀଟିଏ ନୂଆ ଜୀବନ ପାଇବା ପାଁ ଯେଉଁ ଯାତ୍ରା କରିଥାଏ ସେ ଯାତ୍ରାର ଶାରଥି ହେଉଛି ଆମ୍ବୁଲାନ୍ସ । କିନ୍ତୁ ଆମ୍ବୁଲାନ୍ସରେ ତେଲ ନପଡ଼ିଲେ ସେ ଚାଲିବ କେମିତି ? ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବ କେମିତି ? କିନ୍ତୁ ଆମ୍ବୁଲାନ୍ସ ଏଭଳି ସମସ୍ୟାର ସମ୍ମୁଖୀନ ହେଇଥିବା ବେଳେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Also read:ଅବହେଳିତ ଅବସ୍ଥାରେ ବାପି-ନୁମା କୁଟୀର ଓ ଛାତ୍ରାବାସ, ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

The post ପେଟ୍ରୋଲ ପମ୍ପରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ, ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି appeared first on KNews Odisha.