ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫ ଟଙ୍କା ବଢିଲା

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଶାସିତ କର୍ଣ୍ଣାଟକର ସିଦ୍ଧରମେୟା ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫ ଟଙ୍କା ବୃଦ୍ଧି କରିଛନ୍ତି। Petrol and diesel prices are likely to go up in Karnataka as the state govt revises sales tax by 29.84% and 18.44%. According to the […]

ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫ ଟଙ୍କା ବଢିଲା
Petrol-Diesel price will hike in india

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଶାସିତ କର୍ଣ୍ଣାଟକର ସିଦ୍ଧରମେୟା ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫ ଟଙ୍କା ବୃଦ୍ଧି କରିଛନ୍ତି।


କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପେଟ୍ରୋଲର ବିକ୍ରୟ ଟିକସରେ ୨୯.୮୪ ପ୍ରତିଶତ ବୃଦ୍ଧି କରିଥିବାବେଳେ ଡିଜେଲର ବିକ୍ରୟ ଟିକସରେ ୧୮.୪୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତିର ପ୍ରଭାବ ସମ୍ପର୍କରେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ କହିଛି ଯେ କର୍ଣ୍ଣାଟକରେ ଏହା ଲାଗୁ ହେବା ପରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ପ୍ରାୟ ୩ ଟଙ୍କା ଏବଂ ଡିଜେଲର ଲିଟର ପିଛା ମୂଲ୍ୟ ୩.୫ ଟଙ୍କା ବୃଦ୍ଧି ପାଇବ। ଯାହା ଫଳରେ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।