ରାଜ୍ୟରେ ବିଧାନସଭା ଭଙ୍ଗ କରି ନୀତୀଶ ବିଜେପି ସହ ମିଶିବା ନେଇ ଚର୍ଚ୍ଚା

ବିହାରରେ ପୁଣି ରାଜନୀତି ସରଗରମ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫୋନ କଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ରାଜ୍ୟରେ ବିଧାନସଭା ଭଙ୍ଗ କରି ନୀତୀଶ ବିଜେପି ସହ ହାତ ମିଳାଇବାକୁ ଯାଉଥିବା ଚର୍ଚ୍ଚା ପରେ ଲାଲୁ ପ୍ରସାଦ ଫୋନ କରିଛନ୍ତି। ନୀତୀଶଙ୍କ ବାସଭବନରେ ଜେଡିୟୁର ବରିଷ୍ଠ ନେତାଙ୍କ ବୈଠକ ହୋଇଥିବା ବେଳେ ରାବଡି ଦେବୀଙ୍କ ବାସଭବନରେ ଏକାଠି ହୋଇଛନ୍ତି ଆରଜେଡିର ବିଧାୟକ ଓ ସାଂସଦ। ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଆରଜେଡି ସହଯୋଗୀ ଓ ନିର୍ଦ୍ଦଳୀୟଙ୍କ […] The post ରାଜ୍ୟରେ ବିଧାନସଭା ଭଙ୍ଗ କରି ନୀତୀଶ ବିଜେପି ସହ ମିଶିବା ନେଇ ଚର୍ଚ୍ଚା appeared first on KNews Odisha.

ରାଜ୍ୟରେ ବିଧାନସଭା ଭଙ୍ଗ କରି ନୀତୀଶ ବିଜେପି ସହ ମିଶିବା ନେଇ ଚର୍ଚ୍ଚା
nitish

ବିହାରରେ ପୁଣି ରାଜନୀତି ସରଗରମ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫୋନ କଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ରାଜ୍ୟରେ ବିଧାନସଭା ଭଙ୍ଗ କରି ନୀତୀଶ ବିଜେପି ସହ ହାତ ମିଳାଇବାକୁ ଯାଉଥିବା ଚର୍ଚ୍ଚା ପରେ ଲାଲୁ ପ୍ରସାଦ ଫୋନ କରିଛନ୍ତି।

ନୀତୀଶଙ୍କ ବାସଭବନରେ ଜେଡିୟୁର ବରିଷ୍ଠ ନେତାଙ୍କ ବୈଠକ ହୋଇଥିବା ବେଳେ ରାବଡି ଦେବୀଙ୍କ ବାସଭବନରେ ଏକାଠି ହୋଇଛନ୍ତି ଆରଜେଡିର ବିଧାୟକ ଓ ସାଂସଦ। ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଆରଜେଡି ସହଯୋଗୀ ଓ ନିର୍ଦ୍ଦଳୀୟଙ୍କ ସହ କଥାବାର୍ତ୍ତା ଚଳାଇଥିବା ମଧ୍ୟ ଜଣାପଡ଼ିଛି।

ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ମ୍ୟାଜିକ ନମ୍ବର ୧୨୨ ଥିବା ବେଳେ ଆରଜେଡି ଆଉ ୮ ବିଧାୟକଙ୍କୁ ସାମିଲ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ତେବେ ସଂଖ୍ୟା ଯୋଗାଡ଼କରିବା ପୂର୍ବରୁ ନୀତୀଶ ବିଧାନସଭା ଭଙ୍ଗ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ଧରି ଜେଡିୟୁ ଓ ଆରଜେଡି ମଧ୍ୟରେ ଦୂରତା ବଢିଥିବା ଦେଖାଯାଇଥିଲା।

କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ଘୋଷଣା କରିବା ପରେ ନୀତୀଶଙ୍କ ଆଭିମୁଖ୍ୟ ବଦଳିଥିଲା। ପରିବାରବାଦ ନେଇ ସିଧାସଳଖ ଆକ୍ଷେପ କରିବା ପରେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ରାଜନୈତିକ ଝଡ଼କୁ ତୀବ୍ର ଦେଇଛି। ସେପଟେ ପରିବାରବାଦ ମନ୍ତବ୍ୟ ବିଜେପି ପ୍ରତି ଜେଡୟୁ କହିଥିବା ବେଳେ ବିଜେପି କହିଛି ନୀତୀଶଙ୍କ ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ।

The post ରାଜ୍ୟରେ ବିଧାନସଭା ଭଙ୍ଗ କରି ନୀତୀଶ ବିଜେପି ସହ ମିଶିବା ନେଇ ଚର୍ଚ୍ଚା appeared first on KNews Odisha.