ରାଜ୍ୟ ସ୍ବାର୍ଥ ଅନୁସାରେ ନିଷ୍ପତ୍ତି ନିଆଯିବ : ଅରୁଣ ସାହୁ

ଭୁବନେଶ୍ୱର(କେନ୍ୟୁଜ୍‌) : ମେଣ୍ଟ ନେଇ ଆଉ ନାହିଁ ଦ୍ବନ୍ଦ୍ବ। ଏବେ କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା। ନବୀନ ନିବାସରେ ବସିଥିଲା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦଳର ୨୧ଜଣ ବରିଷ୍ଠ ନେତା ଯୋଗ ଦେଇଥିଲେ। ବୈଠକରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଷ୍ଟ୍ରାଟେଜି ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବୈଠକ ପରେ ସୂଚନା ଦେଇଥିଲେ ଦଳର ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ସାଧାରଣ ସଂପାଦକ ଅରୁଣ ସାହୁ। […] The post ରାଜ୍ୟ ସ୍ବାର୍ଥ ଅନୁସାରେ ନିଷ୍ପତ୍ତି ନିଆଯିବ : ଅରୁଣ ସାହୁ appeared first on KNews Odisha.

ରାଜ୍ୟ ସ୍ବାର୍ଥ ଅନୁସାରେ ନିଷ୍ପତ୍ତି ନିଆଯିବ : ଅରୁଣ ସାହୁ

ଭୁବନେଶ୍ୱର(କେନ୍ୟୁଜ୍‌) : ମେଣ୍ଟ ନେଇ ଆଉ ନାହିଁ ଦ୍ବନ୍ଦ୍ବ। ଏବେ କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା। ନବୀନ ନିବାସରେ ବସିଥିଲା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦଳର ୨୧ଜଣ ବରିଷ୍ଠ ନେତା ଯୋଗ ଦେଇଥିଲେ। ବୈଠକରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଷ୍ଟ୍ରାଟେଜି ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବୈଠକ ପରେ ସୂଚନା ଦେଇଥିଲେ ଦଳର ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ସାଧାରଣ ସଂପାଦକ ଅରୁଣ ସାହୁ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ଆଜି ସଫଳତା ପାଇ ଚାଲିଛି । ରାଜ୍ୟକୁ ଉଚ୍ଚତର ସୋପାନକୁ ନେବା ପାଇଁ ପ୍ରୟାସ ଜାରି ରହିଛି । ୨୦୩୬ରେ ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ଶହେ ବର୍ଷ ପୂରଣ କରୁଛି ଓଡ଼ିଶା। ଏହି ସମୟ ମଧ୍ୟରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି। ଏଣୁ ରାଜ୍ୟବାସୀଙ୍କ ବୃହତ୍ତର ସ୍ବାର୍ଥ ଓ ରାଜ୍ୟର ହିତ ଦୃଷ୍ଟିରୁ ଆବଶ୍ଯକ ପଡ଼ିବ ଦଳ ସେ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବୀ ମିଶ୍ର। ଅରୁଣ ସାହୁ କହିଛନ୍ତି, ରାଜ୍ୟ ସ୍ବାର୍ଥ ଅନୁସାରେ ନିଷ୍ପତ୍ତି ନିଆଯିବ । ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ ।

 

The post ରାଜ୍ୟ ସ୍ବାର୍ଥ ଅନୁସାରେ ନିଷ୍ପତ୍ତି ନିଆଯିବ : ଅରୁଣ ସାହୁ appeared first on KNews Odisha.