ପେପର ସ୍ଥାନରେ ପୁଣି ପ୍ଲାଷ୍ଟିକ୍ ଷ୍ଟ୍ର...ଟ୍ରମ୍ପଙ୍କ ଏହି ଅଜବ ନିଷ୍ପତ୍ତି ପଛରେ ବଡ଼ ଇତିହାସ

ନୂଆଦିଲ୍ଲୀ: ଦୁର୍ବଳ ଦେଶ ମାନଙ୍କୁ ଧମକ, କିଛି ଦେଶ ଉପରେ ଟାରିଫ୍ ବୃଦ୍ଧି, ବେଆଇନ ପ୍ରବାସୀଙ୍କୁ ଆମେରିକାରୁ ବିଦା । ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି । ସେହିପରି ଶପଥ ନେବା ପରେ ବିଶ୍ବରେ ଟ୍ରେଡ୍ ଓ୍ବାର ଆରମ୍ଭ ହୋଇଯାଇଛି । କେବଳ ଏତିକି ନୁହେଁ, ଆଉ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ପୁଣି ଥରେ ଆମେରିକାକୁ ‘ପ୍ଲାଷ୍ଟିକ୍ ଷ୍ଟ୍ର’ ଫେରିବାକୁ ଯାଉଛି । ଟ୍ରମ୍ପ ଏକ ସାକ୍ଷାତକାରରେ କହିଥିଲେ, ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ‘ପେପର ଷ୍ଟ୍ର’ ନିଷ୍ପତ୍ତିକୁ ଶେଷ କରିବାକୁ ଯାଉଛନ୍ତି ।  ସଫ୍ଟ ଡ୍ରିଙ୍କ୍ସ ପିଇବା ପାଇଁ ଯେଉଁ ପେପର ଷ୍ଟ୍ର ବ୍ୟବହାର ହେଉଛି, ତାକୁ ହଟାଇ କି ସେହି ସ୍ଥାନରେ ପୁଣି ଥରେ ପ୍ଲାଷ୍ଟିକ୍ ଷ୍ଟ୍ରକୁ ଅଣାଯିବ ।   ଡୋନାଲ୍ଡ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ‘ବ୍ୟାକ୍ ଟୁ ପ୍ଲାଷ୍ଟିକ୍’ । ତେବେ ଆମେରିକା ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ଖୁବ୍ ସମାଲୋଚନା କରାଯାଉଛି । ଅନ୍ୟପଟେ କିଛି ଲୋକ ଏହାକୁ ମଧ୍ୟ ସମର୍ଥନ କରୁଛନ୍ତି । ସ୍ପେଶ୍ ଏକ୍ସର ସିଇଓ ଏଲନ ମସ୍କ, ଏହି ନିଷ୍ପତ୍ତିକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ମହାନ ରାଷ୍ଟ୍ରପତି ବୋଲି କହିଛନ୍ତି । ପ୍ଲାଷ୍ଟିକରୁ ନେଇ ଟ୍ରମ୍ପଙ୍କ ଏହି ଫୈସଲା ଲୋକଙ୍କୁ ସାଧାରଣ ଲାଗୁଥିବ ହେଲେ ଏହାକୁ ନେଇ ଆମେରିକାରେ ଏକ ଲମ୍ବା ସମୟ ଧରି ବିବାଦ ଲାଗି ରହିଛି

ପେପର ସ୍ଥାନରେ ପୁଣି ପ୍ଲାଷ୍ଟିକ୍ ଷ୍ଟ୍ର...ଟ୍ରମ୍ପଙ୍କ ଏହି ଅଜବ ନିଷ୍ପତ୍ତି ପଛରେ ବଡ଼ ଇତିହାସ

ନୂଆଦିଲ୍ଲୀ: ଦୁର୍ବଳ ଦେଶ ମାନଙ୍କୁ ଧମକ, କିଛି ଦେଶ ଉପରେ ଟାରିଫ୍ ବୃଦ୍ଧି, ବେଆଇନ ପ୍ରବାସୀଙ୍କୁ ଆମେରିକାରୁ ବିଦା । ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି । ସେହିପରି ଶପଥ ନେବା ପରେ ବିଶ୍ବରେ ଟ୍ରେଡ୍ ଓ୍ବାର ଆରମ୍ଭ ହୋଇଯାଇଛି । କେବଳ ଏତିକି ନୁହେଁ, ଆଉ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ପୁଣି ଥରେ ଆମେରିକାକୁ ‘ପ୍ଲାଷ୍ଟିକ୍ ଷ୍ଟ୍ର’ ଫେରିବାକୁ ଯାଉଛି । ଟ୍ରମ୍ପ ଏକ ସାକ୍ଷାତକାରରେ କହିଥିଲେ, ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ‘ପେପର ଷ୍ଟ୍ର’ ନିଷ୍ପତ୍ତିକୁ ଶେଷ କରିବାକୁ ଯାଉଛନ୍ତି ।  ସଫ୍ଟ ଡ୍ରିଙ୍କ୍ସ ପିଇବା ପାଇଁ ଯେଉଁ ପେପର ଷ୍ଟ୍ର ବ୍ୟବହାର ହେଉଛି, ତାକୁ ହଟାଇ କି ସେହି ସ୍ଥାନରେ ପୁଣି ଥରେ ପ୍ଲାଷ୍ଟିକ୍ ଷ୍ଟ୍ରକୁ ଅଣାଯିବ ।   

ଡୋନାଲ୍ଡ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ‘ବ୍ୟାକ୍ ଟୁ ପ୍ଲାଷ୍ଟିକ୍’ । ତେବେ ଆମେରିକା ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ଖୁବ୍ ସମାଲୋଚନା କରାଯାଉଛି । ଅନ୍ୟପଟେ କିଛି ଲୋକ ଏହାକୁ ମଧ୍ୟ ସମର୍ଥନ କରୁଛନ୍ତି । ସ୍ପେଶ୍ ଏକ୍ସର ସିଇଓ ଏଲନ ମସ୍କ, ଏହି ନିଷ୍ପତ୍ତିକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ମହାନ ରାଷ୍ଟ୍ରପତି ବୋଲି କହିଛନ୍ତି । ପ୍ଲାଷ୍ଟିକରୁ ନେଇ ଟ୍ରମ୍ପଙ୍କ ଏହି ଫୈସଲା ଲୋକଙ୍କୁ ସାଧାରଣ ଲାଗୁଥିବ ହେଲେ ଏହାକୁ ନେଇ ଆମେରିକାରେ ଏକ ଲମ୍ବା ସମୟ ଧରି ବିବାଦ ଲାଗି ରହିଛି । ଏହି ମୁଦ୍ଦାକୁ ଟ୍ରମ୍ପ ଥମ ଉଠାଇ ନାହାନ୍ତି, ଏହା ପୂର୍ବରୁ ବାରାକ୍ ଓବାମା ରାଷ୍ଟ୍ରପତି ଥିବା ସମୟରେ ଉଠିଥିଲା । ତେବେ ଏହି ବିବାଦ କ’ଣ ଜାଣିବା ଜରୁରୀ । 

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଗତ ବର୍ଷ ଫ୍ଲାଷ୍ଟିକ୍ ବ୍ୟବହାରକୁ ଧୀରେ ଧୀରେ ଶେଷକୁ ଯୋଜନା କରିଥିଲେ । ବାଇଡେନ୍ ସେତେବେଲେ ପ୍ଲାଷ୍ଟିକ୍ ପ୍ରଦୂଷଣ ପୃଥିବୀ ପାଇଁ ବଡ଼ ସଙ୍କଟ ବୋଲି କହିଥିଲେ । ସେ ୨୦୨୭ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲେ ବାଇଡେନ । ସଫ୍ଟ ଡ୍ରିଙ୍କ୍ସରେ ‘ପ୍ଲାଷ୍ଟିକ୍ ଷ୍ଟ୍ର’ ବଦଳରେ ‘ପେପର ଷ୍ଟ୍ର’ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ବାଇଡେନଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।..