ପୋଲ ତଳୁ ମିଳିଲା ଯୁବକଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ
ମାହାଙ୍ଗା ୦୫।୧୦ : ପୋଲ ତଳୁ ଯୁବକଙ୍କ ମୃତଦେହ ଠାବ । କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ସ୍ଥିତ ବିରୂପା ପୋଲ ତଳୁ ମିଳିଛି ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ କୁସୁପୁର ଗାଁର ପ୍ରମୋଦ ବେହେରା ବୋଲି ଜଣାପଡିଛି । ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ସ୍ଥିତ ବିରୂପା ପୋଲ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ପୋଲ ଉପରେ ଯୁବକଙ୍କ ବାଇକ୍ ଏବଂ ଗାମୁଛା ପଡିଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ତୁରନ୍ତ ମାହାଙ୍ଗା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଯୁବକଙ୍କ ପରିଚୟ କୁସୁପୁର ଗାଁର ପ୍ରମୋଦ ବେହେରା ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି । ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ପରେ ମୃତ୍ୟୁ ପଛର କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।
ମାହାଙ୍ଗା ୦୫।୧୦ : ପୋଲ ତଳୁ ଯୁବକଙ୍କ ମୃତଦେହ ଠାବ । କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ସ୍ଥିତ ବିରୂପା ପୋଲ ତଳୁ ମିଳିଛି ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ କୁସୁପୁର ଗାଁର ପ୍ରମୋଦ ବେହେରା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ସ୍ଥିତ ବିରୂପା ପୋଲ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ପୋଲ ଉପରେ ଯୁବକଙ୍କ ବାଇକ୍ ଏବଂ ଗାମୁଛା ପଡିଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ତୁରନ୍ତ ମାହାଙ୍ଗା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଯୁବକଙ୍କ ପରିଚୟ କୁସୁପୁର ଗାଁର ପ୍ରମୋଦ ବେହେରା ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି । ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ପରେ ମୃତ୍ୟୁ ପଛର କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।