ପୋଲାଭାରମ ବିବାଦ : ୨୮ରେ ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ, ସାମିଲ ହେବେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ ୧୯।୦୫ : ପୋଲାଭରମ ବିବାଦ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲାଭାରମ ବିବାଦ ନେଇ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା । ଦୀର୍ଘ ଦିନ ଧରି ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଓଡିଶା ମଧ୍ୟରେ ପୋଲାଭରମ୍ ପ୍ରକଳ୍ପ ନେଇ ବିବାଦ ଲାଗିରହିଛି । ଖାସ୍ କରି ପ୍ରକଳ୍ପର ଉଚ୍ଚତା ଏବଂ ନିର୍ମାଣକୁ ଓଡିଶା ବାରମ୍ବାର ଅଭିଯୋଗ କରିଆସୁଛି । ତାପରେ ବି କୌଣସି ସମାଧାନ ହୋଇପାରୁନଥିଲା । ଶେଷରେ ପ୍ରଧାନମନ୍ତ୍ରୀ ଏହି ବିବାଦରେ ହସ୍ତକ୍ଷେପ କରିଛନ୍ତି । ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସବୁ ରାଜ୍ୟ ନିଜ ନିଜ ପକ୍ଷ ରଖିବେ ।
ନୂଆଦିଲ୍ଲୀ ୧୯।୦୫ : ପୋଲାଭରମ ବିବାଦ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲାଭାରମ ବିବାଦ ନେଇ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା ।
ଦୀର୍ଘ ଦିନ ଧରି ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଓଡିଶା ମଧ୍ୟରେ ପୋଲାଭରମ୍ ପ୍ରକଳ୍ପ ନେଇ ବିବାଦ ଲାଗିରହିଛି । ଖାସ୍ କରି ପ୍ରକଳ୍ପର ଉଚ୍ଚତା ଏବଂ ନିର୍ମାଣକୁ ଓଡିଶା ବାରମ୍ବାର ଅଭିଯୋଗ କରିଆସୁଛି । ତାପରେ ବି କୌଣସି ସମାଧାନ ହୋଇପାରୁନଥିଲା । ଶେଷରେ ପ୍ରଧାନମନ୍ତ୍ରୀ ଏହି ବିବାଦରେ ହସ୍ତକ୍ଷେପ କରିଛନ୍ତି । ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସବୁ ରାଜ୍ୟ ନିଜ ନିଜ ପକ୍ଷ ରଖିବେ ।