ଏହି ଦିନ ଖୋଲିବ ରତ୍ନଭଣ୍ଡାର, ଜାଣନ୍ତୁ କଣ କହିଲେ ଜଷ୍ଟିସ ବିଶ୍ବନାଥ ରଥ

ପୁରୀ,୯।୭: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିପାରେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ ।  ଯେ କୌଣସି ପ୍ରକାର ତାଲା ଖୋଲାଯିବ । ଯେଉଁ […] The post ଏହି ଦିନ ଖୋଲିବ ରତ୍ନଭଣ୍ଡାର, ଜାଣନ୍ତୁ କଣ କହିଲେ ଜଷ୍ଟିସ ବିଶ୍ବନାଥ ରଥ appeared first on Dharitri Odia News.

ଏହି ଦିନ  ଖୋଲିବ ରତ୍ନଭଣ୍ଡାର, ଜାଣନ୍ତୁ କଣ କହିଲେ ଜଷ୍ଟିସ ବିଶ୍ବନାଥ ରଥ

ପୁରୀ,୯।୭: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିପାରେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ ।  ଯେ କୌଣସି ପ୍ରକାର ତାଲା ଖୋଲାଯିବ । ଯେଉଁ ଚାବି ଥାଉ…କିମ୍ବା ଯେଉଁ ଚାବି ଅଛି, ସେହି ଚାବିରେ ଖୋଲୁ କି ନଖୋଲୁ, ଯେ କୌଣସି ପ୍ରକାରରେ ଆମେ ତାଲା ଖୋଲିବୁ

ପୂର୍ବରୁ ହୋଇଥିବା କମିଟିର ପ୍ରଥମ ବୈଠକ ପରେ ଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି ବୋଲି ଜଷ୍ଟିସ୍ ରଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ୯ ତାରିଖ ଅର୍ଥାତ୍ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ ହେଲା ପରେ, ରତ୍ନଭଣ୍ଡାର କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ,, ଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ମଙ୍ଗଳବାର ବସିଥିଲା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ସକାଳ ୧୦ ଟାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରାଯିବା ସହ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯାଇଛି।

The post ଏହି ଦିନ ଖୋଲିବ ରତ୍ନଭଣ୍ଡାର, ଜାଣନ୍ତୁ କଣ କହିଲେ ଜଷ୍ଟିସ ବିଶ୍ବନାଥ ରଥ appeared first on Dharitri Odia News.