ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୯।୧: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାଉଥିବାବେଳେ ସୋମବାର ସକାଳେ ତାଙ୍କ ପୈତୃକ ଗ୍ରାମ ବାନିୟାନୀରେ ପହଞ୍ଚିଥିଲେ। ଏଠାରେ ଥିବା ତାଙ୍କ ପୈତୃକ ଘର ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି। ଏହି ସମୟରେ ସେ କହିଥିଲେ, ଘରେ ଏକ ଇ-ଲାଇବ୍ରେରୀ ତିଆରି କରାଯିବା ଉଚିତ, ଯାହା ଗାଁର ପରବର୍ତ୍ତୀ ପିଢ଼ି ପାଇଁ ଉପଯୋଗୀ ହେବ। ବାନିୟାନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି,ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଜନ୍ମ ଗାଁକୁ ଆସିଛି। ମୋ ପିଲାଦିନ […] The post ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୯।୧: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାଉଥିବାବେଳେ ସୋମବାର ସକାଳେ ତାଙ୍କ ପୈତୃକ ଗ୍ରାମ ବାନିୟାନୀରେ ପହଞ୍ଚିଥିଲେ। ଏଠାରେ ଥିବା ତାଙ୍କ ପୈତୃକ ଘର ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି। ଏହି ସମୟରେ ସେ କହିଥିଲେ, ଘରେ ଏକ ଇ-ଲାଇବ୍ରେରୀ ତିଆରି କରାଯିବା ଉଚିତ, ଯାହା ଗାଁର ପରବର୍ତ୍ତୀ ପିଢ଼ି ପାଇଁ ଉପଯୋଗୀ ହେବ।
ବାନିୟାନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି,ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଜନ୍ମ ଗାଁକୁ ଆସିଛି। ମୋ ପିଲାଦିନ ଏଠାରେ ଅତିବାହିତ ହୋଇଥିଲା ଏବଂ ମୁଁ ଏଠାରେ ମଧ୍ୟ ଅଧ୍ୟୟନ କରିଥିଲି। ଏହି ଘର ମୋର ମାତାପିତାଙ୍କ ପ୍ରତୀକ, ଯାହା ସେମାନେ ମୋ ନାମରେ କରିଥିଲେ। ଏହି ଘର ଗାଁ ପାଇଁ ଉପଯୋଗୀ ହେବା ଉଚିତ୍‌। ଏହି ସ୍ଥାନରେ ଏକ ଇ-ଲାଇବ୍ରେରୀ ହୋଇପାରିବ। ଏହା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁର ବିକାଶମୂଳକ କାର୍ଯ୍ୟ ଉପରେ ନଜର ରଖିଥିଲେ।

The post ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.