ପୋଖରୀରୁ ମିଳିଲା ଅଷ୍ଟଧାତୁରେ ନିର୍ମିତ ନାରାୟଣଙ୍କ ମୂର୍ତ୍ତି

ସାକ୍ଷୀଗୋପାଳ,୧୪।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଶାସନ ବଡ଼ପୋଖରୀରୁ ଶନିବାର ଦେଢଫୁଟ ଉଚ୍ଚ ଏବଂ ପ୍ରାୟ ୩ କିଲୋ ଓଜନର ଅଷ୍ଟଧାତୁରେ ନିର୍ମିତ ଏକ ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି।   ପୋଖରୀରେ ଗାଧୋଇବା ବେଳେ ଗ୍ରାମର ଜଣେ ଯୁବକଙ୍କ ଗୋଡ଼ରେ ମୂର୍ତ୍ତିଟି ବାଜିଥିଲା। ସେ ଅନ୍ୟମାନଙ୍କ ସହାୟତାରେ ମୂର୍ତ୍ତିକୁ ପୋଖରୀରୁ ଉଦ୍ଧାର କରି ଗାଁ ଦାଣ୍ଡକୁ ଆଣି ରଖିଥିଲେ। ମୂର୍ତ୍ତିକୁ ଗ୍ରାମବାସୀ ଦର୍ଶନ କରି ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଆଗ୍ରହ […] The post ପୋଖରୀରୁ ମିଳିଲା ଅଷ୍ଟଧାତୁରେ ନିର୍ମିତ ନାରାୟଣଙ୍କ ମୂର୍ତ୍ତି appeared first on Dharitri Odia News.

ପୋଖରୀରୁ ମିଳିଲା ଅଷ୍ଟଧାତୁରେ ନିର୍ମିତ ନାରାୟଣଙ୍କ ମୂର୍ତ୍ତି

ସାକ୍ଷୀଗୋପାଳ,୧୪।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଶାସନ ବଡ଼ପୋଖରୀରୁ ଶନିବାର ଦେଢଫୁଟ ଉଚ୍ଚ ଏବଂ ପ୍ରାୟ ୩ କିଲୋ ଓଜନର ଅଷ୍ଟଧାତୁରେ ନିର୍ମିତ ଏକ ନାରାୟଣଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି।

 

ପୋଖରୀରେ ଗାଧୋଇବା ବେଳେ ଗ୍ରାମର ଜଣେ ଯୁବକଙ୍କ ଗୋଡ଼ରେ ମୂର୍ତ୍ତିଟି ବାଜିଥିଲା। ସେ ଅନ୍ୟମାନଙ୍କ ସହାୟତାରେ ମୂର୍ତ୍ତିକୁ ପୋଖରୀରୁ ଉଦ୍ଧାର କରି ଗାଁ ଦାଣ୍ଡକୁ ଆଣି ରଖିଥିଲେ। ମୂର୍ତ୍ତିକୁ ଗ୍ରାମବାସୀ ଦର୍ଶନ କରି ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ମୂର୍ତ୍ତି ଉଦ୍ଧାର ହୋଇଥିବା ନେଇ ସତ୍ୟବାଦୀ ଥାନାକୁ ଜଣାଇ ଦିଆଯାଇଥିଲା। ଖବର ପାଇ ସତ୍ୟବାଦୀ ପୋଲିସ ଏବଂ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଗାଁରେ ପହଞ୍ଚି ଥିଲେ। ମୂର୍ତ୍ତିକୁ ଚୋରି କରି କିଏ ପକାଇ ଦେଇଥିବା ସନ୍ଦେହ କରାଯାଉଛି।

ଏନେଇ ଅଗ୍ନିଶମ କର୍ମଚାରୀ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ମିଳି ନ ଥିଲା। ପୋଲିସ ମୂର୍ତ୍ତିକୁ ଜବତ କରି ଥାନାକୁ ଆଣିଛି। ଏନେଇ ଅଧିକ ତଦନ୍ତ ଜାରି ରଖିବା ସହିତ କେଉଁ ଥାନା ଅଞ୍ଚଳରୁ ମୂର୍ତ୍ତି ଚୋରି ହୋଇଛି ଏହି ସମ୍ପର୍କରେ ଜିଲା ପୋଲିସ ହେଡକ୍ୱାଟର୍ସକୁ ସୂଚନା ଦିଆଯାଇଛି ବୋଲି ଆଇଆଇସି ଉମେଶ କୁମାର ସାହୁ କହିଛନ୍ତି।

The post ପୋଖରୀରୁ ମିଳିଲା ଅଷ୍ଟଧାତୁରେ ନିର୍ମିତ ନାରାୟଣଙ୍କ ମୂର୍ତ୍ତି appeared first on Dharitri Odia News.