ପୋଖରୀରେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ

ମୃତକଙ୍କ ମଧ୍ୟରୁ ଜଣଙ୍କୁ ୧୫ ଓ ଅନ୍ୟ ଜଣଙ୍କୁ ୧୭ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।

ପୋଖରୀରେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ

ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ଗାଁର ଡାହି ସାହିରେ।

ମୃତକ ଦ୍ୱୟ ହେଉଛନ୍ତି ଗାଁର ସନ୍ତୋଷ ନାୟକଙ୍କ ଝିଅ ସୁରେଖା ନାୟକ (୧୫) ଓ ରାସପୁର ନାୟକଙ୍କ ଝିଅ ଝିଲ୍ଲୀ ନାୟକ (୧୭)। ଆଜି ଦିନ ପ୍ରାୟ ୧୦ଟା ବେଳେ ସେମାନେ ଘର ପଛ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲା।

ଗାଧୋଇବା ବେଳେ କୌଣସି କାରଣରୁ ଉଭୟ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ରିପୋର୍ଟ- ମାନିକ୍ ଲାଲ୍ ପାଣି